କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଆଜି ସକାଳ ଧୂପରେ ଭକ୍ତଙ୍କ ପାଇଁ ବାହାରିଲା ଚଳିତ ବର୍ଷର ପ୍ରଥମ ଆଡ଼ପ ଅଭଡ଼ା |ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଧ କରାଯାଇଛି |କିନ୍ତୁ ଭକ୍ତ ମାନଙ୍କ ଖୁସିକୁ ଦୃଷ୍ଟିରେ ରଖି ପୁରୁଣା ବସଷ୍ଟାଣ୍ଡରେ ଆଡ଼ପ ଅଭଡ଼ା ପାଇଁ ଟୋକନର ବ୍ୟବସ୍ଥା କରାଯାଇଛି |ସେଠାକୁ ବୋଝେଇଆ ମାନେ ବୋହି ନେଉଛନ୍ତି |ବର୍ଷକରେ ଥରେ ଏହି ଅଭଡ଼ା ବାହାରିଥାଏ |ଏଥିପାଇଁ ଭକ୍ତମାନେ ବର୍ଷସାରା ଅପେକ୍ଷା କରିଥାନ୍ତି |ଚଳିତ ବର୍ଷ କୋଭିଡ କଟକଣା ଯୋଗୁ ଭକ୍ତଙ୍କର ଗହଳି ନାହିଁ |ଅଭଡ଼ା ବାହାରିବା ପରେ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି ମହାପ୍ରଭୁଙ୍କ ର ଯାହାସବୁ ବ୍ୟଞ୍ଜନ ରନ୍ଧା ହେବାକଥା ତାହା ସବୁ ରନ୍ଧା ଯାଇ ଠାକୁରଙ୍କୁ ଭୋଗ କରାଯାଇଛି |
Related Stories
November 22, 2024