-
ବୁଧବାର ଆଉ ୧୪ କୋଭିଡ଼ ଯୋଦ୍ଧା ସହ ୭୬ଜଣ ନୂଆ କରୋନା ରୋଗୀ, ସୁସ୍ଥ ହେଲେ ୪୯
ବ୍ରହ୍ମପୁର:ବୁଧବାର ଗଞ୍ଜାମରେ ୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୭୬ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ପହଞ୍ôଚଛି । ଏମାନଙ୍କ ମଧ୍ୟରୁ ୭୨୯ ଜଣ ସୁସ୍ଥ ହୋଇଥିବା ବେଳେ ୨୯୩ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ୮ଜଣ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଇଟ କରି କହିଛନ୍ତି । ବୁଧବାର ଚିହ୍ନଟ ହୋଇଥିବା ୭୬ଜଣ ଙ୍କ ମଧ୍ୟରୁ ୧୪ ଜଣ କୋଭିଡ଼ ଯୋଦ୍ଧା କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବେଲଗୁଣ୍ଠାରୁ ଜଣେ, ୬ଜଣ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୪ଜଣ କୁକୁଡ଼ାଖଣ୍ଡିରୁ, ଜଣେ ଖଲ୍ଲିକୋଟରୁ ଓ ଜଣେ ଲେଖାଏଁ ପୋଲସରା ଓ ସୋରଡ଼ା ବ୍ଳକର ହୋଇଥିବା ଜଣାପଡ଼ିଛି । ସେହିପରି ୬ଜଣ ରାଜ୍ୟ ବାହାରୁ ଆସିଥିବା ବେଳେ ୫୬ଜଣ ପଜିଟିଭଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି ।