ନୂଆଦିଲ୍ଲୀ– ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ଭୟଙ୍କର ପ୍ରକୋପ ଦେଖିବାକୁ ମିଳୁଛି । ଦିଲ୍ଲୀରେ ଯେଭଳି ଭାବରେ କରୋନା ଭାଇରସ ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି, ମହାରାଷ୍ଟ୍ର ଭଳି ପରିସ୍ଥିତି ହୋଇପାରେ । ସରକାରୀ ତଥ୍ୟ ଅନୁସାରେ ମଙ୍ଗଳବାର ଦିଲ୍ଲୀରେ ମହାରାଷ୍ଟ୍ର ତୁଳନାରେ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମଙ୍ଗଳବାର ୩୯୪୭ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ମଙ୍ଗଳବାର ୩ ହଜାର ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦିଲ୍ଲୀରେ ମୋଟ ୬୬ ହଜାର ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୩୦୧ ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏବେ ପରିସ୍ଥିତି ଏଭଳି ଉପୁଜିଛି ଯେ, ଆଗାମୀ ଦିନରେ ମହାରାଷ୍ଟ୍ରକୁ ଟପିଯିବ ଦିଲ୍ଲୀ । ମଙ୍ଗଳବାର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୮୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୪୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । ମୁମ୍ବାଇରେ କରୋନା ସଂକ୍ରମିତ ସଂଖ୍ୟା ୬୭୮ ହଜାର ୪୮୧ ଜଣ । କେବଳ ମୁମ୍ବାଇରେ କରୋନା ଯୋଗୁଁ ୩ ହଜାର ୮୪୨ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ମହରାଷ୍ଟ୍ରରେ ୮ ଲକ୍ଷ ୨ ହଜାର ୭୭୫ ଜଣଙ୍କର କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୧ ଲକ୍ଷ ୩୯ ହଜାର ୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।