-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଗଂଜାମ ଜିଲ୍ଲାରେ ୭୫ ନୂଆ କରୋନା ପଜିଟିଭ ମାମଲା ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦୩୦ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୬୮୮, କଟକ ଜିଲ୍ଲାରେ ୪୯୯ ଯାଜପୁର ଜିଲ୍ଲାରେ ୩୯୩, ଓ ଗଜପତି ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୫୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୩୨୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ୨୩୯ ପୁରୀ ଜିଲ୍ଲାରେ ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୨୦, ଭଦ୍ରକ ଜିଲ୍ଲାରେ ୨୦୦, କନ୍ଧମାଳ ଜିଲ୍ଲାରେ ୧୭୬ ଓ ମୟୁରଭଂଜ ଜିଲ୍ଲାରେ ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ସୁନ୍ଦରଗଡ ଜିଲ୍ଲାରେ ୧୬୪, ବଲାଙ୍ଗୀର ଜିଲ୍ଲାରେ ୧୫୪, ନୟାଗଡ ଜିଲ୍ଲାରେ ୧୩୨ ତଥା କେନ୍ଦୁଝର ଜିଲ୍ଲାରେ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ନୂଆପଡା ଜିଲ୍ଲାରେ ୭୯, ଝାରସୁଗୁଡା ଜିଲ୍ଲାରେ ୭୬, କଳାହାଣ୍ଡି ଜିଲ୍ଲାରେ ୭୦ ଓ ବରଗଡ ଜିଲ୍ଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ ଜିଲ୍ଲାରେ ୬୬, ଅନୁଗୁଳ ଜିଲ୍ଲାରେ ୫୭, ମାଲକାନଗିରି ଜିଲ୍ଲାରେ ୫୩, ସମ୍ବଲପୁର ଜିଲ୍ଲାରେ ୪୪, ଦେବଗଡ ଜିଲ୍ଲାରେ ୪୧ ଓ ବୌଦ୍ଧ ଜିଲ୍ଲାରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୫ କୋରାପୁଟ ଜିଲ୍ଲାରେ ୨୬,ରାୟଗଡା ଜିଲ୍ଲାରେ ୨୨ ଓ ନବରଙ୍ଗପୁର ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।