ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗୋଷାଣୀ ବ୍ଲକରୁ ୬୨ ଜଣ, ରାୟଗଡ଼ ବ୍ଲକ୍ ରୁ ୧୦ ଜଣ, କାଶୀନଗର ବ୍ଲକ୍ ରୁ ୨ ଜଣ, ଗୁମ୍ମା ବ୍ଲକରୁ ଦୁଇ ଜଣ ରହିଛନ୍ତି । ତନ୍ମଧ୍ୟରୁ ୬୮ ଜଣଙ୍କର ଯାତ୍ରା ବିବରଣୀ ରହିଛି । ଏମାନେ ନାକା ପଏଂଟ ଦେଇ ଜିଲ୍ଲାକୁ ଆସିଥିଲେ । ଏବଂ ପ୍ରଶାସନ ପକ୍ଷରୁ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମାନଙ୍କୁ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରେ ୨୩ ଜଣ ତାମିଲନାଡ଼ୁ ଫେରନ୍ତା, ୨୮ ଜଣ ତେଲେଙ୍ଗାନା ଫେରନ୍ତା, ୧୬ ଜଣ ଆନ୍ଧ୍ରପ୍ରଦେଶ ଫେରନ୍ତା, ଜଣେ ତ୍ରିପୁରା ଫେରନ୍ତା ରହିଛନ୍ତି । ଅନ୍ୟ ୮ ଜଣ କଂଟେନମେଂଟ ଜୋନ୍ ରୁ ରହିଛନ୍ତି । ଗତ ୨୦ ଓ ୨୧ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ତି କରାଯାଇଛି ।
Related Stories
January 15, 2025