ଭୁବନେଶ୍ୱର -ଆଜି ରାଜ୍ୟରେ ଆଉ ୩ଜଣଙ୍କର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତିନି ଜଣ ଯାକ ହେଉଛନ୍ତି କଟକ ଜିଲ୍ଲାର । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢି ୧୭ରେ ପହଂଚିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏମାନେ ସମସ୍ତେ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତିନି ମୃତକଙ୍କ ମଧ୍ୟରୁ ଜଣେ ୮୦ ଓ ଜଣେ ୭୧ ବର୍ଷିୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ୫୩ ବର୍ଷୀୟ ବ୍ୟକ୍ତି ଅଛନ୍ତି । ବିଭାଗ ପକ୍ଷରୁ କୁହା ଯାଇଛି ଯେ ୮୦ ବର୍ଷିୟ ବ୍ୟକ୍ତିଜଣକ କରୋନରେ ଆକ୍ରାନ୍ତ ଥିଲେ । ତା’ଛଡ଼ା ତାଙ୍କର ଅନ୍ତନଳୀରେ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଛି ।
ସେହିପରି ୭୧ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ କରୋନା ଜନିତ ଘଟିଥିବା ବେଳେ ସେ ମଧୁମେହ ଏବଂ କିଡନି ରୋଗରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ମୃତକ ଜଣକ ମଧ୍ୟ କରୋନାରେ ଆକ୍ରାନ୍ତ ହେବା ଛଡ଼ା ମଧୁମେହ ରୋଗରେ ପୀଡ଼ିତ ଥିଲେ ବୋଲି ରାଜ୍ୟ ସ୍ୱାସ୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।