ନୂଆଦିଲ୍ଲୀ- ପବିତ୍ର ରଥ ଯାତ୍ରା ଅବସରରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାୟଡୁ ଶୁଭକାମନା ଜଣାଇଛନ୍ତି ।
ଉପରାଷ୍ଟ୍ରପତି ଓଡିଆରେ ଟ୍ବିଟ କରି କହିଛନ୍ତି ଯେ ପବିତ୍ର ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭ କାମନା । ପୁରୀର ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ ଲୋକମାନେ ବେଶ୍ ଭକ୍ତିର ସହ ମାନିଥାନ୍ତି ଏବଂ ଓଡ଼ିଶାର ଏହି ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି ।