– ୧୫ ଦିନରେ ଆରଟିଓ ଅଫିସ୍ କୁ ଦଲାଲ୍ ମୁକ୍ତ କରିବାକୁ ନିଦେ୍ର୍ଧଶ
ଭୁବନେଶ୍ୱର – ଆସନ୍ତା ୧୫ ଦିନ ମଧ୍ୟରେ ଆରଟିଓ ଅଫିସ୍ ଗୁଡିକୁ ସମ୍ପୂର୍ଣ୍ଣ ଦଲାଲ୍ ମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ଏହାସହ ଟ୍ରାଫିକ୍ ଆଇନର ସଫଳ କାର୍ଯ୍ୟକାରୀତା ଓ ସଡକ ସୁରକ୍ଷା ପାଇଁ ସବୁ ବିଭାଗ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନିଦେ୍ର୍ଧଶରେ କହିଛନ୍ତି ।
ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ , ଏସପି ଓ ଆରଟିଓ ମାନଙ୍କ ସହ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧାପାଇଁ ଅଧିକ କାଉଂଟର ଖୋଲିବା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅପରପକ୍ଷରେ ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରୁଥିବା , ନିଶା ସେବନ କରି ଗାଡି ଚାଳନା କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁନ ଗ୍ରହଣ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଏଥିପାଇଁ ନିୟମିତ କଡାକଡି ଯାଂଚ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସଡକ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତିମାନଙ୍କର ଆଶୁ ଚିକିତ୍ସା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏଦିଗର ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସଡକ ସୁରକ୍ଷା ତଥା ଟ୍ରାଫିକ୍ ଆଇନ ସମ୍ପର୍କରେ ଜନସଚେତନତା ହିଁ ଦୁର୍ଘଟଣାକୁ ରୋକି ପାରିବ । ତେଣୁ ସ୍କୁଲ , କଲେଜ ଠାରୁ ଆରମ୍ଭ କରି ରାସ୍ତା ମାନଙ୍କରେ ଲୋକଙ୍କୁ ସଚେତନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ପରିବହନ ବିଭାଗ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ଗାଡିର କାଗଜପତ୍ର , ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ କରିପାରିବେ ତାକୁ ଦୃଷ୍ଟିରେ ରଖି ଆରଟିଓ ଅଫିସ୍ ମାନଙ୍କରେ ଅଧିକ କାଉଂଟର ଖୋଲିବା ସହ ଗ୍ର୍ରାମାଂଚଳରେ ଶିବିର ମାନ ଆୟୋଜନ କରିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଭିଡିଓ କନଫରେନ୍ସି ସମୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପରାମର୍ଶଦାତା ଆର ବାଲା କ୍ରଷ୍ଣନ୍ , ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ପୋଲିସ୍ ମହାନିଦେ୍ର୍ଧଶକ ବି କେ ଶର୍ମା , ବିଭାଗୀୟ ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କ ୫-ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।