ଶ୍ରୀନଗର– ଜାମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଆଜି ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ସେନା କ୍ରିଷ୍ଣା ଘାଟି ଓ ନୌସେରା ସେକ୍ଟର ନିକଟ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାଯାଇଛି । ପାକିସ୍ତାନୀ ସେନାର ଯବାନମାନେ ଆଜି ଭୋର ୩ଟା ୩୦ ଓ ସକାଳ ସାଢ଼େ ୫ଟାରେ ଭାରତ ପଟକୁ ଗୁଳି କରିଥିବା ବେଳେ ମୋର୍ଟାର ସାହାଯ୍ୟରେ ମଧ୍ୟ ଗୁଳି ବର୍ଷା କରିଥିଲେ । ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତୀୟ ସେନାର ଯବାନମାନେ ଏହାର ଜବାବ ଦେଇଛନ୍ତି ।
ଗତକାଲି ଶ୍ରୀନଗରର ଜାଦିବାଲ ଅଚଂଳରେ ଆତଙ୍କବାଦୀ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସେନାକୁ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ଏହି ଅଂଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଥିଲା ।