
ନୂଆଦିଲ୍ଲୀ– ପୂର୍ବତନ ଅମ୍ପାୟାର ଷ୍ଟିଭ ବକନର କହିଛନ୍ତି ଯେ କ୍ରିକେଟରେ ଡି.ଆର.ଏସ ପଦ୍ଧତି ଲାଗୁ ହେବାପରେ ବହୁତ ଲାଭ ହୋଇଛି । ଏହା ଦ୍ୱାରା ଅମ୍ପାୟାରିଙ୍ଗରେ ବହୁ ଉନ୍ନତି ଘଟିଛି ଏବଂ ପୁଣି ଥରେ ଅମ୍ପାୟାର ମାନଙ୍କୁ ଚିନ୍ତାକରି ନିଷ୍ପତି ନେବାକୁ ସୁଯୋଗ ମିଳୁଛି ।
ସେ କହିଛନ୍ତି ଯେ ଅନ୍ୟାନ୍ୟ ଆଧୁନିକ ପଦ୍ଧତି ଯାହା କ୍ରିକେଟରେ ଅମ୍ପାୟାରିଙ୍ଗରେ ବ୍ୟବହାର କରାଯିବା ଦ୍ୱାରା ମ୍ୟାଚରେ ସଠିକ ନିଷ୍ପତି ନିଆଯାଇପାରୁଛି ଏବଂ ଏହା କ୍ରିକେଟ ପାଇଁ ଲାଭ ଦାୟକ ବୋଲି ବକନର କହିଛନ୍ତି ।
ନିଜ ଅମ୍ପାୟାରିଙ୍ଗ ଜୀବନ ମଧ୍ୟରେ ବକନର ଦୁଇଥର ସଚ୍ଚିନ ତେନ୍ଦୁଲକରଙ୍କୁ ଭୁଲ ନିଷ୍ପତିରେ ଆଉଟ ଘୋଷଣା କରିଥିଲେ ମାତ୍ର ସଚ୍ଚିନ କେବେବି ତାଙ୍କ ନିଷ୍ପତି ଉପରେ ଆପତ୍ତି କରିନାହାନ୍ତି । ୨୦୦୩ ମସିହାରେ ଗିଲେସପିଙ୍କ ବଲରେ ସଚ୍ଚିନଙ୍କୁ ଲେଗ ବିଫର ଆଉଟ ଘୋଷଣା କରିଦିଆଯାଇଥିଲା କିନ୍ତୁ ରିପ୍ଲେରେ ବଲ ଷ୍ଟମ୍ପକୁ ସ୍ପର୍ଶ କରୁନଥିବାର ଦେଖିବାକୁ ମିଳିଥିଲା । ସେହିପରି ୨୦୦୫ ମସିହାରେ ଅବଦୁଲ ରଜାକଙ୍କ ବଲରେ ତେନ୍ଦୁଲକରଙ୍କୁ କ୍ୟାଚ ଆଉଟ ଘୋଷଣା କରିଥିଲେ ବକନର କିନ୍ତୁ ବଲ ତେନ୍ଦୁଲକରଙ୍କ ବ୍ୟାଟରେ ବାଜି ନଥିଲା ।
କ୍ରିକେଟ ଷ୍ଟାଡିୟମରେ ବହୁ ସଂଖ୍ୟକ ଲୋକ ମ୍ୟାଚ ଦେଖିବାକୁ ଆସିଥାନ୍ତି । ବେଳେବେଳେ ଏମାନଙ୍କ ଚିତ୍କାର ଶଦ୍ଦ ଯୋଗୁଁ ଅମ୍ପାୟାରଙ୍କୁ ମଧ୍ୟ ଡିସିସନ ନେବାକୁ କଷ୍ଟକର ହୋଇପଡିଥାଏ । ମଣିଷ ମାତ୍ରକେ ଜୀବନରେ ଭୁଲ ହୋଇଥାଏ ବାସ ଆମମାନଙ୍କୁ ଆମର ଭୁଲ ସ୍ୱୀକାର କରିନେବା ଉଚିତ ବୋଲି ଏହି ଭେଟେରାନ ଅମ୍ପାୟାର ମତ ଦେଇଛନ୍ତି ।