ଚଳିତ ବର୍ଷ ବିଭିନ୍ନ ବିପର୍ଯୟ ମଧ୍ୟରେ ଧାନ କିଣା ଆରମ୍ଭ ହୋଇ ଥିବାବେଳେ କାଳ ବୈଶାଖୀ, ବର୍ଷା ଓ ରୋଗ ପୋକ କୁ ସାମ୍ନା କରି ଚାଷୀ ପ୍ରତିକୂଳ ଅବସ୍ଥା ଭୋଗୀ ଥିବା ବେଳେ ପୁଣି ମଣ୍ଡି ମାନଙ୍କରେ ଟୋକେନ ପ୍ରକ୍ରିୟା ଆହୁରି ଅଧିକ ପ୍ରଭାବିତ କରିଥିଲା । ଇତି ମଧ୍ୟରେ ଜୟପାଟଣା, କଳମପୁର, ଓ କୋକସରା ବ୍ଲକ ର 15, 914ଜଣ ଚାଷୀ ମୋଟ 11, 53, 690କଇଂଟାଲ ଧାନ ବିକ୍ରିକରି ସାରିଥିବା ବେଳେ ମଣ୍ଡି ପ୍ରକ୍ରିୟାକୁ ଚୂଡ଼ାନ୍ତ କରି ଅଦ୍ୟାବଧି ନଅଟି ମଣ୍ଡି ସମ୍ପୂର୍ଣ ବନ୍ଦ ହୋଇ ସାରି ଥିବା ବଜାର କମିଟି ସୂତ୍ରରୁ ପ୍ରକାଶ ପାଇଛି । ସେହିପରି ଜୟପାଟଣା ବ୍ଲକ ପରିସରରେ ଚଳିତ ରବିରେ 17ଟି ମଣ୍ଡି ମାଧ୍ୟମରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଖୋଲା ଆକାଶ ତଳେ 15ଟି ମଣ୍ଡି କାର୍ଯ୍ୟକ୍ଷମ ଥାଇ ମୋଟ 7238ଜଣ ଚାଷୀଙ୍କ ଠାରୁ ମୋଟ 5, 30, 917.36କଇଂଟାଲ ଧାନ କିଣା ଯାଇଛି । ଚଳିତ ରବିରେ ଜୟପାଟଣା ମଣ୍ଡି ସର୍ବାଧିକ 661ଜଣ ଚାଷୀଙ୍କ ଠାରୁ 49, 837.36ଧାନ କିଣା ଯାଇଥିବା ବେଳେ ଖଲାଭଟା ମଣ୍ଡିରେ 625ଜଣ ଚାଷୀଙ୍କ ଠାରୁ 49, 722.31କଇଂଟାଲ ଓ ବିମଳା (ପୂଝରୀଗୁଡା )ମଣ୍ଡି ରୁ ସର୍ବନିମ୍ନ 6691.31କଇଂଟାଲ ଧାନ କିଣା ଯାଇଥିବା ଜଣାପଡିଛି । ଗତ 24 ଘଣ୍ଟା ମଧ୍ୟରେ ଜୟପାଟଣା ଅଂଚଳରେ 40 ମି.ମି. ବର୍ଷା ମଣ୍ଡି ମାନଙ୍କୁ ଅସ୍ତ ବ୍ୟସ୍ତ କରି ଥିବାବେଳେ ରଣମାଲ, ବାନେର, ଖଲିଆ ଭାଟା, କର୍ମେଲି, ଜୟପାଟଣା, ପାଇକ କେନ୍ଦୁ ମୁଣ୍ଡି, ପ୍ରତାପପୁର, ମଙ୍ଗଳ ପୁର, ଆଦି ଅଂଚଳର ଚାଷୀଙ୍କ ପ୍ରାୟ 25000କଇଂଟାଲ ଧାନ ଟାର୍ଗେଟ ଅଭାବରୁ ପଡି ରହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ମୌସମୀ ଓ ଖରିଫ ଚାଷକୁ ନଜରରେ ରଖି ଧାନ କିଣା ପ୍ରକ୍ରିୟାକୁ ଚୂଡାନ୍ତ କରିବାକୁ ଦାବୀ ହେଊଛି ।
Related Stories
November 23, 2024