କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ବିଶ୍ୱର ଭଗବାନ ଭାରତ ଦେଶରେ ଓଡିଶା ରାଜ୍ୟର ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆଶା ଓ ବିଶ୍ୱାସ ର ଭଗବାନ ବୋଲି ସମସ୍ତେ ମାନନ୍ତି |ମହାପ୍ରଭୁଙ୍କର ପ୍ରତିବର୍ଷ ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟାରେ ଅନୁଷ୍ଠିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏକ ପତିତପାବନ ଯାତ୍ରା ହୁଏ |ଏଭଳି ମାନ୍ୟତା ଅଛିଯେ ମହାପ୍ରଭୁ ଜଗନ୍ନାଥ ଚାରି ଧାମରେ ଏକ ମାତ୍ର ଜଗତର ନାଥ |
ଜଗନ୍ନାଥ ମହାପ୍ରଭୁ ଚାରି ଧାମ ମଧ୍ୟରୁ ବଦ୍ରୀନାଥ ଧାମରେ ସ୍ନାନ କରନ୍ତି, ଦ୍ୱାରିକା ଧାମରେ ଶୃଙ୍ଗାର କରନ୍ତି, ପୁରୀ ଧାମରେ ଛପନ ଭୋଗ କରନ୍ତି |ଏବଂ ରାମେଶ୍ୱର ଧାମରେ ଶୟନ କରନ୍ତି |ମହାପ୍ରଭୁ ଜଗନ୍ନାଥ ନିଜର ପତିତପାବନ ରୂପରେ ବିରାଜମାନ ହୁଅନ୍ତି |
ପୁରୀ ଧାମକୁ ମର୍ତ୍ୟ ବୈକୁଣ୍ଠ କୁହନ୍ତି | ଶ୍ରୀମନ୍ଦିର ର ରତ୍ନବେଦୀ ରେ ନିଜର ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଙ୍କ ସହିତ ବିରାଜମାନ |
ତାଙ୍କର ଦର୍ଶନ ପାଇବା ମାତ୍ରେ ସାରା ବିଶ୍ୱକୁ ଶାନ୍ତି, ଏକତା, ଏବଂ ମିତ୍ରତା ର ଆଶୀର୍ବାଦ ସମସ୍ତଙ୍କୁ ପ୍ରତିବର୍ଷ ଏହି ରଥଯାତ୍ରାରେ ଦିଅନ୍ତି |
ପୁରୀ ଶ୍ରୀମନ୍ଦିର ର ନିର୍ମାଣ ଗଙ୍ଗ ବଂଶ ର ପ୍ରତାପୀ ରାଜା ଚୋଳ ଗଙ୍ଗ ଦେବ ୧ ୨ 00 ଖ୍ରୀଷ୍ଟ|ଦ୍ଧରେ ନିର୍ମାଣ କରିଥିଲେ |ଏହାର ଉଚ୍ଚତା ୨୧୪ ଫୁଟ ୮ ଇଂଚ |ଏହା ଓଡିଶା ର ସବୁଠାରେ ଉଚ୍ଚ ଜଗନ୍ନାଥ ମନ୍ଦିର |ମନ୍ଦିରର ଚତୁର୍ପାଶ୍ୱ ରେ ଚରୋଟି ମହାଦ୍ୱାରା ଅଛି |
ପୂର୍ବ ଦିଗରେ ଥିବା ଦ୍ୱାରର ନାମ ସିଂହ ଦ୍ୱାର ଧର୍ମର ପ୍ରତୀକ |ଉତ୍ତର ଦିଗରେ ଥିବା ମହାଦ୍ୱାରା ର ନାମ ହସ୍ତୀ ଦ୍ୱାର |ପଶ୍ଚିମ ଦିଗରେ ଥିବା ମହାଦ୍ୱାରା ର ନାମ ବ୍ୟାଘ୍ର ଦ୍ୱାର ଏହା ବୈରାଗ୍ୟ ର ପ୍ରତୀକ | ଏବଂ ଦକ୍ଷିଣ ଦିଗରେ ଥିବା ମହାଦ୍ୱାରା ର ନାମ ଅଶ୍ୱଦ୍ୱାର ଏହା ଜ୍ଞାନର ପ୍ରତୀକ |ଶ୍ରୀମନ୍ଦିର ପୂର୍ବରେ ସିଂହ ଦ୍ୱାର ରେ ୧0 ମିଟର ଉଚ୍ଚର ଅରୁଣ ସ୍ତମ୍ଭ ଅଛି |