ନୂଆଦିଲ୍ଲୀ- ଚୀନ୍ ସହ ବିବାଦ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର 75 ତମ ବିଜୟ ଦିବସ ପରେଡରେ ଭାଗ ନେବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ସକାଳେ ମସ୍କୋ ଅଭିମୁଖେ ଯାତ୍ରା କରିଛନ୍ତି। ସେ ସେଠାରେ ରୁଷ ବରିଷ୍ଠ ନେତା ତଥା ଅନ୍ୟ ଦେଶର ନେତାମାନଙ୍କୁ ଭେଟିବେ କିନ୍ତୁ ଚୀନ୍ର ନେତା ମାନଙ୍କୁ ଭେଟିବେ ନାହିଁ ।
ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ସଶସ୍ତ୍ର ବାହିନୀର ସମସ୍ତ ତିନିଜଣ ଅଧିକାରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ମସ୍କୋ ଅଭିମୁଖେ ଯାତ୍ରା କରିଛନ୍ତି। ରୁଷ ଗସ୍ତ ସମୟରେ ସେ ଭାରତ- ରୁଷର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରୀକୁ ଆହୁରି ଦୃଢ କରିବା ବିଷୟରେ ଆଲୋଚନା କରିବେ। ସେ ମସ୍କୋରେ 75 ତମ ବିଜୟ ଦିବସ ପରେଡରେ ମଧ୍ୟ ଯୋଗଦେବେ। ବିଜୟ ଦିବସ ପରେଡରେ ଭାଗ ନେବାକୁ ଭାରତ ମଧ୍ୟ ତିନୋଟି ସଶସ୍ତ୍ର ବାହିନୀର 75 ସୈନିକଙ୍କୁ ପଠାଇଛି।