ଗଞ୍ଜାମ – ସୋମବାର ଅପରାହ୍ନରୁ ଗଂଜାମ ଜିଲ୍ଲାର ୩ ଦିନ ଧରି ପ୍ରବଳ ବର୍ଷା ହେବା ପରେ ଗତ ବୁଧବାର ମଧ୍ୟାହ୍ନରୁ ସନ୍ଧ୍ୟା ଯାଏ ବର୍ଷା ଛାଡ଼ି ପୁଣି ଲଗାଣ ବର୍ଷା ହେବା ପରେ ଗଂଜାମ ଜନସାଧାରଣଙ୍କ ଉଦବେଗ ବୃଦ୍ଧି କରିଥିବା ଜଣା ପଡ଼ିଛି । ଗତକାଲି ରାତିରେ ଧରାକୋଟ ବ୍ଲକର ମାଣିକ୍ୟପୁର ଗ୍ରାମରେ ଜଣେ ଗୋପାଳଙ୍କ ଗୁହାଳରେ ଥବବା ତିନୋଟି ଗାଈଙ୍କ ଉପରେ ଗୁହାଳ କାନ୍ଥ ମାଡ଼ି ପଡ଼ିବା ଫଳରେ ଗାଇ ତିନୋଟିର ମୃତ୍ୟୁ ହୋଇଛି । ଠିକ୍ ସେହି ଭଳି ବେଗୁନିଆପଡ଼ା ବ୍ଲକ କେ. ବରଡ଼ା ଗ୍ରାମର ବାବୁଲା ପ୍ରଧାନଙ୍କ ବର୍ଷାରେ ଘର ଭୁଷୁଡ଼ି ପଡ଼ିଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି । ସେହିପରି ଭଂଜନଗର ଖଲାସି ସାହିରେ ମଧ୍ୟ ଜଣେ ବ୍ୟବସାୟୀଙ୍କ ଦୋକାନ କାନ୍ଥ ଭୁଷୁଡ଼ି ପଡ଼ିଛି । ଲଗାଣ ବର୍ଷା ଫଳରେ ଜିଲ୍ଲାର ସମସ୍ତ ନଇ, ନାଳ, ପୋଖରୀ, ବିଲ, ବାଡ଼ି ଫସଲ କ୍ଷେତରେ ଜଳ ପୂର୍ଣ୍ଣ ହୋଇ ରହିଛି । ପନି ପରିବା କ୍ଷେତରେ ପନି ପରିବା ଫସଲ ନଷ୍ଟ ହେବାରେ ଲାଗିଛି । ଫଳରେ ଚାଷୀଙ୍କ ଅଂଟା ଭାଙ୍ଗି ମନୋବଳ ଦୁର୍ବଳ ହୋଇଛି ଏବଂ ପରିବା ଦର ଆକାଶଛୁଆଁ ସହ ଗାଁ ଗହଳରେ ଖାଉଟିଙ୍କୁ ପନି ପରିବା କିଣିବାକୁ ମିଳୁନାହିଁ । ଆଜି ଦିନ ସାରା ତୁହାକୁ ତୁହା ବର୍ଷା ଲାଗି ରହିଛି । ତେବେ ବର୍ଷାର ପରିମାଣ କମ୍ ରହିଛି ।
Related Stories
November 22, 2024