ନୂଆଦିଲ୍ଲୀ: ଯୋଗ ତନ ଓ ମନ, କାର୍ଯ୍ୟ ଓ ବିଚାର ତଥା ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟ ପ୍ରତିଷ୍ଠା କରିବାର ଏକ ମାଧ୍ୟମ ଅଟେ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା କହିଛନ୍ତି । ସଂପୂର୍ଣ୍ଣ ମାନବତାକୁ ଭାରତୀୟ ସଂସ୍କୃତିର ଏହି ଅମୂଲ୍ୟ ଉପହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଉଦ୍ୟମରେ ଯୋଗକୁ ବିଶ୍ୱ ସ୍ତରରେ ପହଞ୍ଚାଇଛନ୍ତି । ଯୋଗକୁ ଅନ୍ତର୍ଜାତୀୟ ସ୍ୱୀକୃତି ମିଳିଥିବାରୁ ଏହା ଆଜି ସମଗ୍ର ବିଶ୍ୱବାସୀ ଗ୍ରହଣ କରିଛନ୍ତି । ଯୋଗ ଦିବସରେ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ଅମିତ ଶାହା ।
Related Stories
November 23, 2024