ନୂଆଦିଲ୍ଲୀ-ଇଣ୍ଡୋ ତିବତୀୟ ବୋର୍ଡର ପୋଲିସ (ଆଇଟିବିପି)ର ଯବାନମାନେ ମଧ୍ୟ ଆଜି ଲଦାଖରେ ସମୁଦ୍ର ପତ୍ତନ ଠାରୁ ଖୁବ ଉଚ୍ଚରେ ଯୋଗ ଦିବସ ପାଳନ କରିଛନ୍ତି ।
ଆଇଟିବିପିର ଯବାନମାନେ ଲଦ୍ଦାଖରେ ଯୋଗ କରିଛନ୍ତି । ଭୂପୃଷ୍ଠ ଠାରୁ ୧୮ ହଜାର ଫୁଟ ଉଚ୍ଚରେ ଥାଇ ଯବାନମାନେ ବରଫକୁ ଖାତିର ନକରି ଯୋକ କରିଛନ୍ତି । ସେହିଭଳି ଆଇଟିବିପି ଯବାନର ଅନ୍ୟ ଏକ ଗୋଷ୍ଠୀ ଭାରତ-ଚୀନ ସୀମାରେ ଯୋଗାଭ୍ୟାସ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଉତ୍ତରାଖଣ୍ଡର ବ୍ରଦିନାଥ ନିକଟ ବସୁନ୍ଧରା ଗ୍ଲାସରିୟସ ଠାରେ ସେମାନେ ଯୋଗ କରିଛନ୍ତି