ନୂଆଦିଲ୍ଲୀ– କରୋନା ଆମେରିକା ପରେ ବ୍ରାଜିଲରେ ସର୍ବାଧିକ ବିପର୍ଯ୍ୟୟ ସୃଷ୍ଟି କରିଛି । ବ୍ରାଜିଲରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ରବିବାର ସକାଳ ୯ଟା ସୁଦ୍ଧା ବ୍ରାଜିଲରେ କରୋନା ଭାଇରସରେ ୧୦ ଲକ୍ଷ ୭୦ ହଜାର ୧୩୯ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେହିଭଳି ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ୫୦ ହଜାର ୫୮ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୫୭୧ ଜଣ ସଂକ୍ରମିତ ହୋଇଥିବା ବେଳେ ୯୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମାରାତ୍ମକ ଭାଇରସରୁ ୫ ଲକ୍ଷ ୪୩ ହଜାର ୧୮୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪ ଲକ୍ଷ ୭୬ ହଜାର ୮୯୫ ଜଣ । ସେହିଭଳି ବ୍ରାଜିଲରେ କରୋନା ଭାଇରସ ଯୋଗୁଁ ଏବେ ୮ ହଜାର ୩୧୮ ଜଣ ଗୁରୁତର ଅଛନ୍ତି ।
ବ୍ରାଜିଲରେ ଗତ ମେ ମାସ ୨୧ ତାରିଖ ବେଳକୁ ୨ ଲକ୍ଷ ୯୩ ହଜାର ୩୫୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ସେହିଭଳି ୧୮ ହଜାର ୮୯୪ଲୋକଙ୍କର ମୃତ୍ୟୁ ହୋଇଥିଲା ।