ଭୁବନେଶ୍ୱର-ରାଜ୍ୟରେ ଆଜି ପୁଣି ଦୁଇ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟି ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ବରଗଡ ଓ ଗଂଜାମରୁ ଜଣେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୋଟ ମୃତ୍ୟୁ ସଂଖ୍ୟା ୧୪ରେ ପହଂଚିଛି ।
ଉକ୍ତ ଦୁଇ ବ୍ୟକ୍ତିଙ୍କ ଭିତରୁ ଜଣେ ବରଗଡ଼ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୭୬ ବର୍ଷ ବୋଲି ଜଣାଯାଇଛି । ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ । ବରଗଡ ଜିଲ୍ଲାରେ କରୋନା କାରଣରୁ ଏହା ପ୍ରଥମ ମୃତ୍ୟୁ ।
ସେହିପରି ଅନ୍ୟଜଣକ ଗଞ୍ଜାମ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୪୯ ବର୍ଷ ବୋଲି ଜଣାଯାଇଛି । ସେ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ଉଭୟଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଂଚିିଛି ।