
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଅବସ୍ଥିତ ଖେମୁଣ୍ଡି କଲେଜରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନେ ମହାତ୍ମାଗାନ୍ଧୀଙ୍କ ସ୍ମୁତି ଚାରଣ କରିବା ପରେ ପ୍ରତିଯୋଗିତା ଆରମ୍ଭ କରିଥିଲେ। ମହାତ୍ମାଗାନ୍ଧୀଙ୍କ ସେବା ଓ ଦିଗଦର୍ଶନ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ବକୃତା ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପ୍ରତିଯୋଗିତାରେ ଡ଼. ସିଏଚ. ଶାନ୍ତି କୁମାରୀ, କୈଳାସ ଚନ୍ଦ୍ର ମହାପାତ୍ର, ଡ଼. ପୁଷ୍ପଲତା ସାହୁ, ଜ୍ଞାନରଞ୍ଜନ ରେଡି, ତ୍ରିଲୋଚନ ରଇତ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଜଜ୍ ଭାବେ ନିୟୋଜିତ ହୋଇ ପ୍ରତିଯୋଗିତାର ତଦାରଖ କରିଥିଲେ। ପ୍ରତିଯୋଗିତାରେ ବି.ଶିବ, ଆଦିତ୍ୟ ନାରାୟଣ ପାଢ଼ୀ, ଏସ୍ ପ୍ରମିଳା ଦୋରା, ସ୍ନେହଲତା ନାୟକ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିଲେ। ପ୍ରତିଯୋଗିତାର ବିଜୟତା ମାନଙ୍କୁ ଆଗାମୀ ଗାନ୍ଧୀ ଜୟନ୍ତୀ ଦିନ ପୁରସ୍କାର ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ କତ୍ତୃପକ୍ଷ ପରିଚାଳନାରେ ସହଯୋଗ ଦେଇଥିଲେ। ରିପୋର୍ଟ: ପ୍ରଫୁଲ୍ଲ ସାବତ।