କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୨୦/୦୬/୨୦୨୦,ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ନହେବା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଆଦେଶର ପୁନର୍ବାର ବିଚାର ହେବା ଆବଶ୍ୟକ ବୋଲି ସ୍ବୟଂ ଗଜପତି ଦିବ୍ୟସିଂହ ଦେବ ଗତକାଲି ଛତିଶା ନିଯୋଗର ବୈଠକ ପରେ ଖବରଦାତା ମାନଙ୍କୁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତି
ଯେ, ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିକଟରେ ରଥଯାତ୍ରା ରେ ୧୦ ରୁ ୧୨ ଲକ୍ଷ ଜନ ସମାଗମ ହେବା କଥା କହିବା ସହିତ ଜନସ୍ବାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଦ ଦର୍ଶାଇଥିଲେ ମାତ୍ର ଶ୍ରୀ
ମନ୍ଦିର ପରିଚାଳନା ପରିଷଦରେ ବିନା ଭକ୍ତରେ ରଥଯାତ୍ରା ହେବା ସପକ୍ଷରେ ପ୍ରସ୍ତାବ ଦିଆଯାଇଥିଲା|
କେଉଁ ପରିସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ଆଇନଜୀବୀ ହରିଶ ସାଲଭେ ରଥଯାତ୍ରା ସଂପର୍କରେ ଏପରି ଭୁଲ ତଥ୍ୟ ଉପସ୍ଥାପନ କଲେ ସେ ନେଇ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଦ୍ବାରା ନିଯୁକ୍ତ ଆଇନଜୀବୀ ହରିଶ ସାଲଭେ ରଥଯାତ୍ରା ସଂପର୍କରେ ଏପରି ଭୁଲ ତଥ୍ୟ ଉପସ୍ଥାପନ କଲେ ସେ ନେଇ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଆଦେଶ ର ପୁନର୍ବାର ବିଚାର କରିବାପାଇଁ ସ୍ୱୟଂ
ଗୋବର୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ନିଜ ମତ ପୋଷଣ କରିଛନ୍ତି । ରାଜ୍ୟ ସରକାରଙ୍କର ଓ ତଥା ହରିଶ୍ ସାଲଭେଙ୍କର ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ
ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ପଥଭ୍ରଷ୍ଟ କରିବା ସହିତ ଏକ ଭୁଲ ନିର୍ଣ୍ଣୟ ରେ ଉପନୀତ କରାଇଲେ।ମହାଶୟ ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟରେ ରାଜ୍ୟ ସରକାରଙ୍କ ତରଫରୁ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇ ଆଡଭୋକେଟ ଜେନେରାଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମୁଖ୍ୟ ଶାସନ ସଚିବ୍ ଏବଂ ଆଇନ ମନ୍ତ୍ରୀ ଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ଏହା ଲୋକସଭା ଯୁବ କଂଗ୍ରେସ ପୁରୀ ର ସାଧାରଣ ସମ୍ପାଦକ ବିଶ୍ୱନାଥ ଦାଶ, ସ୍ୱାଧୀନ କୁମାର ପଣ୍ଡାଙ୍କ ଦ୍ୱାରା ଭାରପ୍ରାପ୍ତ ନିରୀକ୍ଷକଙ୍କୁ ଟାଉନ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି |
Related Stories
November 22, 2024