କେନ୍ଦ୍ରାପଡା – ଫନି ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷତିପୂରଣ ସହାୟତା ବଂଟନକୁ ନେଇ ଅସନ୍ତୋଷ ଅବ୍ୟାହତ ରହିଛି । ସରକାର ବାତ୍ୟା କ୍ଷୟକ୍ଷତି ସହାୟତା ବଂଟନ କରିଥିଲେ ମଧ୍ୟ ଅନେକ ଅଯୋଗ୍ୟ ବ୍ୟକ୍ତି ଏହା ହାସଲ କରିଥିବାବେଳେ ଯୋଗ୍ୟ ବ୍ୟକ୍ତିମାନେ ଏପର୍ଯର୍୍ୟନ୍ତ ସହାୟତା ପାଇପାରିନାହାଁନ୍ତି । କେନ୍ଦ୍ରାପଡା ବ୍ଲକ ଅଧିନ ଚକଡା ପଂଚାୟତର କନ୍ତିଆ ଗ୍ରାମରେ ଫନି କ୍ଷତିଗ୍ରସ୍ତ ପ୍ରଜା ମାନଙ୍କୁ କୈାଣସି ବାତ୍ୟା ସହାୟତା ପ୍ରଦାନ କରାଯାଇନାହିଁ । ଏ ନେଇ ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତିଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବୁଧବାର ଜିଲ୍ଲାପାଳଙ୍କୁ ଭେଟି କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି ।
ସେମାନଙ୍କ ଅଭିଯୋଗ ମୁତାବକ, ବାତ୍ୟାରେ ଘର ଭାଙ୍ଗିଥିବା ଲୋକମାନେ କ୍ଷତିପୂରଣ ପାଇନାହାଁନ୍ତି । ଯେଉଁମାନଙ୍କ ଘର ଭାଙ୍ଗି ନଥିଲା ସେମାନେ ଚଂଚକତା କରି ସହାୟତା ରାଶି ହାସଲ କରିଛନ୍ତି । ଗ୍ରାମର ରଂଜନ ଜେନା, ରେବତୀ ସେଠୀ, ରସିକ ବାରିକ, ମାଗୁଣି ମଳିକ, ପ୍ରଦୀପ କୁମାର ଜେନା, ସଞ୍ଜିବ୍ ରାଉତ, ଖଗେଶ୍ୱର ବାରିକ, ଗୈାରାଙ୍ଗ ନାୟକ, ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏହାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।