ନୂଆଦିଲ୍ଲୀ– କରୋନାରେ ଶନିବାର ସକାଳ ସାଢ଼େ ୬ଟା ସୁଦ୍ଧା ବିଶ୍ୱରେ ୮୭ ଲକ୍ଷ ୫୦ ହଜାର ୮୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷ ୬୧ ହଜାର ୮୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ ୪୬ ଲକ୍ଷ ୨୦ ହଜାର ୩୭୮ ଜଣ ସୁସ୍ଥ ହୋଇଥିବା ବେଳେ ୩୬ ଲକ୍ଷ ୬୮ ହଜାର ୬୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୫୪ ହଜାର ୭୯୧ ଜଣ ରୋଗୀ ଗୁରୁତର ଥିବା ଜଣାଯାଇଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଅଧିକ କାୟା ବିସ୍ତାର କରିଛି । ଏଠାରେ ୨୨ ଲକ୍ଷ ୯୭ ହଜାର ୧୯୦ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ୧ ଲକ୍ଷ ୨୧ ହଜାର ୪୦୭ ଜଣଙ୍କର ଜୀବନ ଯାଇଛି । କରୋନାରୁ ୯ ଲକ୍ଷ ୫୬ ହଜାର ୬୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ଲକ୍ଷ ୧୯ ହଜାର ୭୨୨ ଜଣ ଚିକିତ୍ସାଧୀନ ଅଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୧୬ ହଜାର ୫୩୩ ଜଣ କରୋନା ରୋଗୀ ଗୁରୁତର ଅଛନ୍ତି । କରୋନା ଭାଇରସ ବ୍ରାଜିଲ, ଋଷିଆ, ଭାରତ, ବ୍ରିଟେନ, ସ୍ପେନରେ ଅଧିକ ପ୍ରଭାବ ପକାଇଛି ।