କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟାଙ୍କ ସମୂହକୁ ନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯର୍୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ଜାତୀୟ ବିଭାଗର ପରିଚାଳକ ଓ କ୍ଷେତ୍ର ଅଧିକାରୀମାନେ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନାରେ ଋଣ ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମୀଣ ରୋଜଗାର ଯୋଜନା, କୃଷି, ଉଦ୍ୟାନ କୃଷି, ଶିଳ୍ପ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଭିନ୍ନକ୍ଷମ ମାନଙ୍କୁ ସକ୍ଷମ କରିବା ପାଇଁ ଡିଆରଆଇ ଋଣ ଇତ୍ୟାଦି ଯୋଗାଇବା ଉପରେ ସମୀକ୍ଷା କରାଯାଇଥିଲା । ସମସ୍ତ ବ୍ୟାଙ୍କ ନିଜ ନିଜର ଧାର୍ଯ୍ୟ ତୁରନ୍ତ ପୂରଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଥିଲେ । କୈାଣସି ବ୍ୟକ୍ତି, ଚାଷୀ, ଭିନ୍ନକ୍ଷମ, ସ୍ୱୟଂ ସହାୟକ ଗୋଷ୍ଠୀ ଯେଭଳି ଲୋନ୍ ପାଇବାରେ ନିରାଶ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡା, ଲିଡ୍ ବ୍ୟାଙ୍କ ମ୍ୟାନେଜର ସୁଶିଲ କୁମାର ପୁରୋହିତ, ଆରବିଆଇର ଏଜିଏମ୍ ସୁନିଲ୍ ଦାସ, ନାବାର୍ଡର ଡିଡିଏମ୍ ଏ.କେ. ଆଚାର୍ଯ୍ୟ, ଷ୍ଟେଟ୍ ବ୍ୟାଙ୍କର ସ୍ୱାଧୀନ କୁମାର ଦାସ ଓ ପି.କେ. ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।