ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବୃହତ୍ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ କରିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
ଉକ୍ତ ପ୍ରକଳ୍ପ ଦ୍ୱାରା ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ୍ ଅଧୀନରେ ଥିବା ୧୭ ଗୋଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୯୦ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୯୦,୨୧୯ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ ।
ଠିକାଦାର ସଂସ୍ଥା ଜୁବେରି ଇଂଜିନିୟରିଂଂ କମ୍ପାନୀ , ନେକୋନ୍ ପାୱାର ଇନଫ୍ରା ରାଜସ୍ଥାନ ଙ୍କ ୧୪୯କୋଟି ୧୨ ଲକ୍ଷ ଟଙ୍କାର ସର୍ବନିମ୍ନ ୈଟଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଉକ୍ତି ପ୍ରକଳ୍ପଟି ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।