-
ଶୁକ୍ରବାର ୪୨କରୋନା ରୋଗୀ ଚିହ୍ନଟ, ୫ସୁସ୍ଥ
-
ଗଞ୍ଜାମ ଜିଲ୍ଲାରେ ପୁଣି ୧୨ କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ

ବ୍ରହ୍ମପୁର: ଜିଲ୍ଲାରେ ଶୁକ୍ରବାର ୪୨ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୭୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୩୫ଦିନରେ ୬୪୧ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୬ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ôଚଛି । ତେବେ ଶୁକ୍ରବାର ଆକ୍ରାନ୍ତ ହୋଇଥିବା ୪୨ଜଣଙ୍କ ମଧ୍ୟରୁ ୧୨ଜଣ କରୋନା ଯୋଦ୍ଧା ଅଛନ୍ତି । ୩ଆକ୍ରାନ୍ତ କର୍ଣ୍ଣାଟକ, ସୁରଥ ଓ ଚେନ୍ନାଇ ଫେରନ୍ତା । ତେବେ ଅନ୍ୟ ୨୭ଜଣ ଆକ୍ରାନ୍ତ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ତେବେ ଶେରଗଡ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ଦେହରେ କରୋନା ପଜେଟିଭ ଆସିଥିବା ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଟ୍ୱିଟ୍କରି ସୂଚନା ଦେବାସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ସେହିପରି ୧୨ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଶେରଗଡ ବ୍ଲକ୍ର ୮, ସାନଖେମୁଣ୍ଡିରୁ ୨, ଆସିକା ଓ ଛତ୍ରପୁରରୁ ଜଣେ ଲେଖାଏଁ ଥିବାବେଳେ ବାହାର ରାଜ୍ୟରୁ ଆସିଥିବା ୩ଜଣ ତଥା ଚେନ୍ନାଇ, କର୍ଣ୍ଣାଟକ, ସୁରଥରୁ ଆସିଛନ୍ତି । ଏମାନେ ଖଲ୍ଲିକୋଟ, ବେଗୁନିଆପଡା ଓ ଧରାକୋଟ ବ୍ଲକ୍ର ବୋଲି ଜଣାପଡିଛି । ସେହିପରି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୨୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଆସିକା ଓ ବେଗୁନିଆପଡା ବ୍ଳକ୍ର ଜଣେ ଲେଖାଏଁ, ବେଲଗୁଣ୍ଠା ୩, ବିଏମ୍ସି ୩, ଭଞ୍ଜନଗର ୨, ଛତ୍ରପୁରର ଜଣେ, ଖଲ୍ଲିକୋଟ ୪, କୁକୁଡାଖଣ୍ଡି ୨, ପୁରୁଷୋତ୍ତମପୁର ୨, ସାନଖେମୁଣ୍ଡି ୭ ଓ ଶେରଗଡ ବ୍ଳକ୍ର ଜଣେ ବୋଲି ଜିଲ୍ଳାପାଳ ଦେଇଥିବା ଟ୍ୱିଟ୍ରୁ ସୂଚନା ମିଳିଛି ।