ନୂଆଦିଲ୍ଲୀ– ଦିଲ୍ଲୀରେ କରୋନାରେ ଗୋଟିଏ ଦିନରେ ୨ ହଜାର ୮୭୭ ଜଣଙ୍କର ମୃତ୍ୟୁ ହୋଇଛି । ମହାମାରୀ ଭାଇରସରେ ୬୫ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଗୁରୁବାର ଗୋଟିଏ ଦିନରେ ୨୮୭୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ (ବିଗତ ୨୪ ଘଣ୍ଟା) ମଧ୍ୟରେ ସଂକ୍ରମଣରେ ୬୫ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ଦିଲ୍ଲୀରେ ମୋଟ କରୋନା ଭାଇରସ ପଜିଟିଭ ସଂଖ୍ୟା ୪୯ ହଜାର ୯୭୯ରେ ପହଞ୍ଚିଛି । ଏଠାରେ ୨୧ ହଜାର ୩୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୯୬୯ ଜଣଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷେ ଦିଲ୍ଲୀରେ କରୋନା ଭାଇରସ ଟେଷ୍ଟିଂ ଦର ହ୍ରାସ କରାଯାଇଛି । ଏଠାରେ ପୂର୍ବାପେକ୍ଷା କରୋନା ନମୁନା ପରୀକ୍ଷା ପାଇଁ ୫୦ ପ୍ରତିଶତ କମ ଟଙ୍କା ଦେବାକୁ ପଡୁଛି । ଦିଲ୍ଲୀ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗୁରୁବାର ଏହି ଘୋଷଣା କରିଛନ୍ତି । ସେ ଟୁଇଟ କରି କହିଛନ୍ତି, ଏବେ ଦିଲ୍ଲୀରେ ଆରଟି-ପିସିଆର ଟେଷ୍ଟ ଦର ୨୪୦୦ କରି ଦିଆଯାଇଛି ।