
-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର– ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୪୬୭୭ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ଆଜି ୪୧ଟି ନୂଆ ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୭୯୬ ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୪୧୨ ଜଣ , କଟକ ଜିଲ୍ଲାରେ ୩୬୬ ଜଣ, ଯାଜପୁର ଜିଲ୍ଲାରେ ୩୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲୀରେ ୨୭୭ ପୁରୀ ଜିଲ୍ଲାରେ ୨୧୧, କେନ୍ଦ୍ରାପଡା ଜିଲ୍ଲାରେ ୧୯୩, ଭଦ୍ରକ ଜିଲ୍ଲାରେ ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୨୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ୧୭୫ , ଗଜପତି ଜିଲ୍ଲାରେ ୧୯୧, ବଲାଙ୍ଗୀର ଜିଲ୍ଲାରେ ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୧୪୭ ଜଣ, ସୁନ୍ଦରଗଡ ଜିଲ୍ଲାରେ ୧୪୬ , ମୟୁରଭଂଜ ଜିିଲ୍ଲାରେ ୧୨୯ ଜଣ ଓ ନୟାଗଡ ଜିଲ୍ଲାରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୮୦, ନୂଆପଡା ଜିଲ୍ଲାରେ ୭୯ , କଳାହାଣ୍ଡି ଜିଲ୍ଲାରେ ୬୪ ଢେଙ୍କାନାଳ ଜିଲ୍ଲାରେ ୫୨, ବରଗଡ ଜିଲ୍ଲାରେ ୫୦. ମାଲକାନଗିରି ଜିଲ୍ଲାରେ ୪୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୁଳ ଜିଲ୍ଲାରେ ୪୯ . ଦେବଗଡ ଜିଲ୍ଲାରେ ୪୦, ତଥା ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୨୪ ଓ କୋରାପୁଟ ଜିଲ୍ଲାରେ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୨୧ , ରାୟଗଡା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।