ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଆଜି ସବୁଠାରୁ ଅଧିକ ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରୁ ୨୮ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧ ଜଣ ତଥା କଟକ ଜିଲ୍ଲାରୁ ୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ଖୋର୍ଧା ଓ ଯାଜପୁର ଜିଲ୍ଲାରେ ୮- ୮ ଜଣ, ନବରଙ୍ଗପୁର ଜିଲ୍ଲାରେ ୩ ଜଣ,ତଥା ପୁରୀ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ, ମୟୁରଭଂମଜ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଓ ବଲାଙ୍ଗିର ଜିଲ୍ଲାରୁ ୨ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର, ଅନୁଗୁଳ, ମାଲକାନଗିରି, ନୟାଗଡ, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମ ବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ୧୧ ଜଣ ଜବାନ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।