ଭୁବନେଶ୍ୱର – ରାଜ୍ୟ ସରକାର କଳାପାହାଡ ସାଜି ମଠ ଓ ମନ୍ଦିର ଭାଙ୍ଗନ୍ତୁ ନାହିଁ , ଏହାକଲେ ସାଧୁସନ୍ଥଙ୍କ ଆଖିର ଲୁହରେ ସମସ୍ତେ ଜଳିଯିବେ ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ପୁରୀ ଉଚ୍ଛେଦ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି । ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ନାମରେ ଅଯଥା ଉଚ୍ଛେଦ କରାଯାଉଛି । ଜଗନ୍ନାଥଙ୍କ ନୀତି ସହ ମଠର ସାମଂଜସ୍ୟ ରହିଛି । କ୍ଷତିଗ୍ରସ୍ତ ମାନଙ୍କ ପାଇଁ ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହାକୁ ସେ ନାପସନ୍ଦ କରିଛନ୍ତି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ୩୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହି ସରକାର ତାହା ଦେଇ ନାହାନ୍ତି । ନବ କଳେବର ପାଇଁ ମଂଜୁର ହୋଇଥିବା ଅର୍ଥକୁ ହରିଲୁଟ୍ କରାଯାଇଛି ।
ଅପରପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ସରକାରଙ୍କୁ ସମାଲୋଚନା ନକରି ସହଯୋଗ କରିବା ଉଚିତ୍ । ମନ୍ଦିର ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ସୁବିଧ ପାଇଁ ମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ କରାଯାଉଛି । ଏହାକୁ ରାଜନୈତିକ ରୂପ ଦେବାକୁ ଚେଷ୍ଟା କରାନଯାଉ ବୋଲି ସେ କହିଛନ୍ତି ।
Sіjply want tⲟ say your ɑrticⅼe is as amazing.
Ꭲhe clarity on your post iss just great annd that i can assume you are an expert in this subject.
Fіne together with уour permission let mee tto grab ypur RSS feed to stay up to ⅾate witһ
imminent post. Thank ʏοu one million and please carry ᧐n the reaаrdіng work.
thank you. if possible try to make a payment like paper rate to increased our team and our efforts