Related Stories
November 22, 2024
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀଙ୍କୁ ଗଜପତି ଜିଲ୍ଲା କଂଗ୍ରେସର ଟ୍ରେନିଂ ଇନ୍ଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଦାୟୀତ୍ୱ ମିଳିବାପରେ ସ୍ୱରୁପା ଖୁସି ବ୍ୟକ୍ତ କରିବା ସହ ଏହି ଦାୟୀତ୍ୱ ଦେଇଥିବା ଯୋଗୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ ଓ କର୍ମୀଙ୍କୁ ସକ୍ରୀୟ କରିବା ପାଇଁ ଜାତୀୟ, ପ୍ରଦେଶ, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତରେ ଅଧିକ କ୍ରୀୟାଶୀଳ କରିବାକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହିପରି କିଛି ପଦପଦବୀ କିଛି ଦାୟୀତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କୁ ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମୟରେ ଦୁର୍ଦ୍ଦିନରେ ସ୍ୱରୂପା ଲୋକଙ୍କ ନିକଟତର ହୋଇ ସାହାଯ୍ୟ ଏବଂ ସହଯୋଗର ହାତ ବଢ଼ାଇଛନ୍ତି । ମହିଳା କଂଗ୍ରେସ ନେତ୍ରୀ ସ୍ୱରୂପାଙ୍କ ଏହି କାର୍ଯ୍ୟ ଯୋଗୁ ସେ କଂଗ୍ରେସର ଜଣେ ଆଗଧାଡିର ନେତା ଭାବେ ଜିଲ୍ଲାରେ ବିବେଚିତ ହୋଇଛନ୍ତି । ଗଜପତି ଜିଲ୍ଲାରେ ମଧ୍ୟ କଂଗ୍ରେସ କିଭଳି ତାର ପୂର୍ବ ଗୌରବ ଫେରିପାଇବ ସେ ନେଇ ସେ ଚେଷ୍ଟା ଜାରି ରଖିବେ ବୋଲି କହିଛନ୍ତି ।