ବାରିପଦା– ମୟୂରଭଞ୍ଜ ଜିଲ୍ଲାରେ ଆଜି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରଞ୍ଜିଆ ବ୍ଲକ ଅଞ୍ଚଳ ଟିଏମସି ସେଣ୍ଟରୁ ଜଣେ ଏବଂ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳ ଅସ୍ଥାୟୀ ମେଡ଼ିକାଲ ସେଣ୍ଟର(ଟିଏମସି)ରୁ ୨ ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ତାମିଲନାଡ଼ୁ ଫେରନ୍ତା ଓ ଜଣେ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିମାନଙ୍କୁ ବାରିପଦାସ୍ଥିତ ବାଙ୍କିଶୋଳ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରକୁ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ୩ ଜଣକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ୧୨୯ରେ ପହଁଞ୍ଚିଥିବା ବେଳେ ସକ୍ରିୟ ସଂଖ୍ୟା ୪୭ ଏବଂ ଜୁନ ୧୮ ସୁଦ୍ଧା ସୁସ୍ଥ ହୋଇ ଫେରିଥିବା ସଂଖ୍ୟା ୮୨ ଜଣ ରହିଥିବାର ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ୨୧ଟି ବ୍ଲକଟି ସହିତ ଗୋଟାଏ ପୌରପରିଷଦରେ ନିଜର କାୟା ବିସ୍ତାର କରିଛି ।
Related Stories
November 22, 2024