କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୮ /୦୬/୨୦୨୦ କୋଭିଡ ମହାମାରୀ ଭୁତାଣୁ ବିରୁଦ୍ଧରେ ଦେଶ ତଥା ରାଜ୍ୟ ଲଢ଼ୁଥିବା ବେଳେ ସାଧାରଣ ଲୋକେ ଓ ପ୍ରବାସୀ ଶ୍ରମିକମାନେ ଜୀବିକା ହରେଇଛନ୍ତି |ବିନା ଖାଦ୍ୟ ବିନା ସୁରକ୍ଷାରେ ଲକଡାଉନରେ ସେମାନଙ୍କର ଜୀବନ ଦୁର୍ବୀସହ ପାଲଟିଛି |କରୋନାର ସୁଯୋଗ ନେଇ କେନ୍ଦ୍ରର ମୋଦି ସରକାର ଜନବିରୋଧୀ ଅଧ୍ୟାଦେଶକୁ ଲାଗୁକରି ଅତ୍ୟାବଶ୍ୟକୀୟ ପଣ୍ୟ ଆଇନକୁ ବଦଳାଇ ଆଳୁ, ପିଆଜ, ଡାଲି,ତେଲ ଉପରୁ କଟକଣା ପ୍ରତ୍ୟାହାର କଲେ| ଫଳରେ ବ୍ୟବସାୟୀ ମାନଙ୍କ ହାତରେ ଦର ନିର୍ଧାରଣ କରିବା କ୍ଷମତା ରହିଲା |ଲକଡାଉନ ସମୟରେ ୧ ୧ ଥର ତୈଳ ଦର ବଢ଼ିଲାଣି ଗୋଟେ ଲିଟର ପେଟ୍ରୋଲରେ ୫0 ଟଙ୍କା ଟିକସ ପଡୁଛି |
ସମସ୍ତ ଦ୍ରବ୍ୟର ଦର ଆକାଶଛୁଆଁ କୋଭିଡ ସହାୟତା ନାହିଁ |୨ 0 ଲକ୍ଷ କୋଟି ଟଙ୍କାର ଘୋଷଣା କେବଳ ଘୋଷଣାରେ ଅଛି |ଠିକା ଓ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ପାଇଁ ୬ ମାସର ଇ. ପି. ଫ ଅଂଶ କେନ୍ଦ୍ର ସରକାର ଦେବେ ବୋଲି ଘୋଷଣା କଲେ |ଅଦ୍ୟାବଧି ଟଙ୍କାଟିଏ ମଧ୍ୟ ଦେଲେ ନାହିଁ |ଖାଦ୍ୟ ଓ କାମରେ ଯୋଜନା ନାହିଁ |ଏହା ବିରୁଦ୍ଧରେ ସି. ପି.ଆଇ (ଏମ ) ପୁରୀରେ ବିକ୍ଷୋଭ ଓ ପ୍ରତିବାଦରେ ସମ୍ପାଦକ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ ପ୍ରତେକ ଲୋକଙ୍କୁ ମାସକୁ ୭୫00 ଟଙ୍କା ଓ ୧ 0 କିଲୋ ଚାଉଳ ୬ ମାସ ପାଇଁ ମନରେଗାରେ ଦୁଇ ଶହ ଦିନର କାମ ତିନି ଶହ ଟଙ୍କା ମଜୁରୀ, ତୈଳଦର କମ କରିବା, ଆଳୁ, ପିଆଜ, ଡାଲି,ତେଲ ଭଳି ଅତ୍ୟାବଶ୍ୟକୀୟ ପଦାର୍ଥ ଉପରେ ଦର କଟକଣା କରିବା| ଦେଶର ରାଷ୍ଟ୍ରାୟତ ଉଦ୍ୟୋଗକୁ ଶାଗ ମାଛ ମୂଲ୍ୟରେ ପୁଞ୍ଜିପତିଙ୍କୁ ନ ବିକିବା, ୬ ମାସର ଇ. ପି. ଫ ଅଂଶ କର୍ମଚାରୀଙ୍କୁ ତୁରନ୍ତ ଦେବା ହୋଟେଲ, ହଲିଡେ ହୋମ, ପରିବହନ କର୍ମଚାରୀଙ୍କୁ ସହାୟତା ଦେବା, କୁଟୀର ଶୀଳ୍ପ ଓ ଖୁଦ୍ର ଶୀଳ୍ପକୁ ତୁରନ୍ତ ଖୋଲିବା ଦାବୀ ସମ୍ଭଳିତ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିଲା |ଓଡିଶାରେ ମହାମାରୀ ମହାଘୋଟାଲାର ତଦନ୍ତ କରି କୋଭିଡ ୧ ୯ ଖର୍ଚ୍ଚର ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଥିଲେ |ଟୁନା ନାୟକ, ମନୋରଞ୍ଜନ ମହାରଣା, ଜ୍ୟୋତି ପ୍ରକାଶ ନାୟକ, ମିନା ପ୍ରଧାନ, ବିଭୁତି ରାଉତରାୟ, ଗଙ୍ଗାଧର ପାଣ୍ଡଵ ପ୍ରଭୁତି ଯୋଗ ଦେଇଥିବା ସି. ପି.ଆଇ.(ଏମ)ର ସମ୍ପାଦକ ଶରତ କୁମାର ରାୟଗୁରୁଙ୍କ ଦ୍ୱାରା ସୂଚନା ଦିଆଯାଇଛି |
Related Stories
November 22, 2024