ଶିବରାମ ଚୌଧୁରୀ, ବେଲଗୁଣ୍ଠା 18/06-ବେଲଗୁଣ୍ଠା ବ୍ଲକ ଓ ଏନ୍ ଏ ସି ରୁ ଆଉ ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି .ଏମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ମଧ୍ୟ ପଜିଟିଭ ଥିବା ଜଣା ପଡିଛି .ପାଂଚ ଦିନ ମଧ୍ୟରେ ବେଲଗୁଣ୍ଠା NACର ଜଣେ ଓ ବ୍ଲକ ଅଂଚଳରୁ 11ଜଣଙ୍କୁ ମିଶାଇ ସଂଗରୋଧ କେନ୍ଦ୍ର ବାହାରୁ 12 ଜଣ ଚିହ୍ନଟ ହେଲେଣି .ଗତକାଲି ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ତନରଡ଼ାର କରୋନା ଯୋଦ୍ଧା ତଥା 43ବର୍ଷୀୟ ଜଣେ ଶିକ୍ଷକ ଅନ୍ତର୍ଭୁକ୍ତ ଶିକ୍ଷକ ଜଣକ ଧୁମୁଛାଇ ପଂଚାୟତ କେବୀରୀ ୟୁପି ସ୍କୁଲ ସଂଗରୋଧ କେନ୍ଦ୍ରରେ ମେ 13ଠାରୁ ଜୁନ 11ତାରିଖ ପର୍ଜ୍ୟନ୍ତ ଦାୟିତ୍ୱରେ ଥିଲେ .ସେହିପରି ବେଲଗୁଣ୍ଠା NAC ମୁଖ୍ୟ ସଡକରେ ଔଷଧ ଦୋକାନ କରିଥିବା 42ବର୍ଷୀୟ ବ୍ଯକ୍ତି ବି ପଜିଟିଭ ଚିହ୍ନଟ ହୋଇଛନ୍ତି .ତାଂକ ପତ୍ନୀ ମହାରାଷ୍ଟ୍ରରୁ 12ତାରିଖରେ ବିମାନ ଜୋଗେ ଭୁବନେଶ୍ଵରରେ ପହଂଚିଥିଲେ .ସ୍ଵାମୀଙ୍କ ଚିହ୍ନଟ ପରେ ଆଜି ସ୍ତ୍ରୀର ମଧ୍ୟ ସ୍ଵାବ ସଂଗ୍ରହ କରି ପରିଖ୍ୟା ପାଇଁ ପଠାଜାଇଛି .ସେହିପରି ଜୀରିଲୀ ଗ୍ରାମର ଜଣେ 50ବର୍ଷୀୟ ପୁରୁଷ ଓ ଗୀରୀସୋଲା ଗ୍ରାମର 41ବର୍ଷୀୟା ମହିଳା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି .ଏହି ଦୁଇ ଜଣ ଗତ ରବିବାର ଓ ସୋମବାର ଦିନ ବେଲ୍ଲଗୁଣ୍ଠା ବ୍ଲକ ବଂକା ପଂଚାୟତର ପୂର୍ବରୁ ଚିହ୍ନଟ ହୋଇଥିବା ଗୀରୀସୋଲା ଗ୍ରାମର 6 ଜଣ ଦୋକାନୀ ଓ ଜୀରୋଲୀ ଗ୍ରାମର 2ଜଣ ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିଲେ .ଏମାନଂକୁ ସଂଗରୋଧରେ ରଖାଜାଇ ସ୍ଵାବ ପରିକ୍ଷ୍ୟା ପାଇଁ ପଠାଜାଇଥୀଲା .ଗତକାଲି ଏହି ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା .ଏମାନେ ସମସ୍ତଂକୁ କୋଭିଡ ଭେନରେ ଭଂଜନଗର ସ୍ତିତ କୋଭିଡ କେର କେର ସେଣ୍ଟେରକୁ ପଠାଜାଇଛି .