-
ସୁରକ୍ଷା ସେନାର ବିରୋଧ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୮ /୦୬/୨୦୨୦, ଭୁବନେଶ୍ୱର:ଆଜି ସୁପ୍ରିମକୋର୍ଟ ପକ୍ଷରୁ ରଥଯାତ୍ରା ଉପରେ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣି
ପରେ ସୁପ୍ରିମକୋର୍ଟ ଚଳିତବର୍ଷ ରଥଯାତ୍ରା ବନ୍ଦ କରିବା ପାଇଁ ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟର ଏହି ରାୟକୁ ବିରୋଧ କରିଛି ଓଡ଼ିଶା ସୁରକ୍ଷା ସେନା । ଆଜି ଭୁବନେଶ୍ବର ସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସଙ୍ଗଠନ ର ବହୁ କାର୍ଯ୍ୟକର୍ତା ଏକାଠି ହୋଇ ଏହି ରାୟ ଉପରେ ନିଜର ପ୍ରତିବାଦ ପ୍ରଦର୍ଶନ କରିଥିଲେ । ରାସ୍ତାରେ ପ୍ଲାକ କାର୍ଡ ଧରି ଓ ଗ୍ଲୋଗାନ ଦେଇ ସମସ୍ତେ ରଥଯାତ୍ରା ଅନୁଷ୍ଠିତ ହେଉ ବୋଲି ଦାବି କରିଥିଲେ । ଏହା ସହିତ ସୁପ୍ରିମକୋର୍ଟ ରାୟ ବିରୋଧରେ ରାଜ୍ୟ ସରକାର ପୁନଃ ଶୁଣାଣି ପାଇଁ ଅର୍ଜି ଦାୟର କରି ରାଜ୍ୟ ସରକାର ନିଜର ମତ ସୃଷ୍ଟି କରୁ ବୋଲି ସେନା ପକ୍ଷରୁ ଦାବି କରାଯାଇଛି । ସେନାର ନେତୃମଣ୍ଡଳୀ ଆହୁରି କହିଥିଲେ ଯେ କୋଟି କୋଟି ହିନ୍ଦୁମାନଙ୍କ ମହାପ୍ରଭୁଙ୍କ ରଥଯାତ୍ରା ସହିତ ଭାବନା ଜଡିତ ଅଛି ଏହି କଥାକୁ ଦୃଷ୍ଟିରେ ରଖି ରଥଯାତ୍ରା ଅନୁଷ୍ଠିତ ହେଉ । ହିନ୍ଦୁମାନେ ମହାପ୍ରଭୁଙ୍କ ରଥଯାତ୍ରା ଦେଖବା ପାଇଁ ଏକ ବର୍ଷ ଧରି ଅପେକ୍ଷା କରିଥାନ୍ତି। ଏ ଭଳି ସ୍ଥିତରେ ମହାପ୍ରଭୁଙ୍କ ରଥଯାତ୍ରା ଉପରେ ଅଙ୍କୁଶ ଲଗେଇବା ରାୟ କୁ ଆମେ ଦୃଢ଼ ବିରୋଧ କରୁଛୁ ବୋଲି ସେନା ପକ୍ଷରୁ ପ୍ରକାଶ କରାଯାଇଛି । କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଯେଉଁ ପ୍ରତିବନ୍ଧକ ସରକାର ଲଗେଇବା ଦରକାର ତାକୁ ଲାଗୁ କରୁ କିନ୍ତୁ ପରମ୍ପରାଗତ ରଥଯାତ୍ରା ବନ୍ଦ ନ କରା ଯାଉ ବୋଲି ଏହି
ପ୍ରତିବାଦ ସଭା ମଧ୍ୟମରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମ ରେ ସବ୍ୟସାଚୀ ଶତପଥୀ, ସତ୍ୟବ୍ରତ ପଣ୍ଡା, ଗିରିଜା ପ୍ରସନ୍ନ ଦାସ, ରାଜେଶ କୁମାର ପାତ୍ର, ଅନୁରାଧା ଦାସ, ଦେବବ୍ରତ ମିଶ୍ର ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।