-
ଗୁରୁବାର ୫୬କରୋନା ରୋଗୀ ଚିହ୍ନଟ, ୧୬ସୁସ୍ଥ
-
ଗଞ୍ଜାମ ଜିଲ୍ଲାରେ ପୁଣି ୧୩ କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ
ବ୍ରହ୍ମପୁର: ଜିଲ୍ଲାରେ ବୁଧବାର ୫୬ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୭୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୩୪ଦିନରେ ୬୩୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୩ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ôଚଛି । ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ଓଡ଼ିଆ ପ୍ରବାସୀ ଆସିଥିବା ବେଳେ ସେମାନଙ୍କୁ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇ ଯାହାର ସମୟସୀମା ସରିଛି ତାକୁ ଘରକୁ ପଠାଯାଇଛି । ଯାହାର ସରିନି ତାଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି । ପ୍ରବାସୀମାନେ ନିଜ ଘରକୁ ଫେରିବାପରେ ଜିଲ୍ଲା ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କାକରି ଜିଲ୍ଲାକୁ ଗତ ସୋମବାର ଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ୧୯ଘଣ୍ଟିଆ ସଟ୍ ଡାଉନ୍ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଗୁରୁବାର ବାହାରିଥିବା ୫୬ଜଣ କରୋନା ରୋଗୀଙ୍କ ମଧ୍ୟରେ ୧୩ଜଣ କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଗୁରୁବାର ସକାଳେ ଟ୍ୱିଟ୍କରି ଜଣାଇଛନ୍ତି । ୧୩ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରୁ ବେଲଗୁଣ୍ଠା, ବୁଗୁଡା, ଶେରଗଡ, ପୁରୀ, ସୋରଡା, ରଙ୍ଗେଇଲୁଣ୍ଡାରୁ ଜଣେ ଲେଖାଏଁ ରହିଥିବା ବେଳେ ୨ଜଣ ପୋଲସରା ବ୍ଲକ୍ର ଓ ୫ଜଣ ବ୍ରହ୍ମପୁର ମହାନଗର ନିଗମର ବୋଲି ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ଟ୍ୱିଟ୍କରି ସୂଚନା ଦେବାପରେ ସମସ୍ତ ନୂଆ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଲୋକଙ୍କୁ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛିା ସୂଚନାଯୋଗ୍ୟ ଯେ, ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ଜଣେ କିମ୍ବା ୨ଜଣ ହିଁ କରୋନା ଯୋଦ୍ଧା ପଜେଟିଭ ଚିହ୍ନଟ ହୋଇଥିବା ନଜିର ରହିଥିଲେ । ହେଲେ ଗୁରୁବାର ହଠାତ୍ ୧୩ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହେବ।।ଯୋଗୁ ପ୍ରଶାସନ ଚିନ୍ତାରେ ରହିଛି । ତେଣୁ ସନ୍ଧ୍ୟାରେ ଜିଲ୍ଲାପାଳ ପୁଣି ଟ୍ୱିଟ୍କରି ଜିଲ୍ଲାବାସୀଙ୍କୁ କରୋନା ରୋଗରୁ ଦୂରରେ ରହିବା ପାଇଁ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ପଦାକୁ ବାହାରିଲେ ମାସ୍କ ଓ ସାନିଟାଇଜର ବ୍ୟବହାର କରନ୍ତ, ବାହାରେ ଛେପ ପକାନ୍ତୁ ନାହିଁ, ୨ମିଟର ଦୂରରେ ରହି ଲୋକଙ୍କ ସହ ମିଶିବା ପାଇଁ ଅନୁରୋଧ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଥିବା ୫ କରୋନା ଯୋଦ୍ଧାଙ୍କ ମଧ୍ୟରେ ିକିଛି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ରହିଥିବା ଜଣାପଡିଛି । ସେପଟେ ଅନ୍ୟ ୪୩ କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ବେଲଗୁଣ୍ଠାର ୩, ବିଏମ୍ସିର ୫, ଭଞ୍ଜନଗର ୭, ବୁଗୁଡା ୨, ଛତ୍ରପୁର ୧, ଧରାକୋଟ ୧, ଦିଗପହଣ୍ଡି ୧, ହିଞ୍ଜିଳିକାଟୁ ୧, କବିସୂର୍ଯ୍ୟନଗର ୪, କୁକୁଡାଖଣ୍ଡି ୨, ପାତ୍ରପୁର ୧, ଶେରଗଡ ୪, ସୋରଡା ୩, ପୋଲସରା ୬, ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ୨ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି ।