
ନୂଆଦିଲ୍ଲୀ– ଲଦ୍ଦାଖର ଗଲୱାନ ଘାଟିରେ ଚୀନ ସେନା ସହିତ ମୁହାଁମୁହିଁ ସମୟରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଯାଇଛନ୍ତି । ଏମାନଙ୍କ ମଧ୍ୟରୁ ବିହାରର ୫ ଜଣ ଯବାନ ସାମିଲ ଅଛନ୍ତି । ଜଣେ ସହରସା ଜିଲ୍ଲା ନିବାସୀ ଯବାନ କୁନ୍ଦନ କୁମାର ଥିଲେ । କୁନ୍ଦନ ଗଲୱାନ ଘାଟିରେ ସୋମବାର ରାତି ସହିଦ ହୋଇଥିଲେ । କୁନ୍ଦନ ସହିଦ ହୋଇଯିବାର ଖବର ଶୁଣିବା ପରେ ତାଙ୍କ ପରିବାରରେ ଦୁଃଖର ପାହାଡ଼ ଛିଡ଼ା ହୋଇଯାଇଥିବା ବେଳେ ଗାଁ ଶୋକରେ ବୁଡ଼ିଥିଲା ।
କୁନ୍ଦନ କୁମାରଙ୍କ ସହିଦ ହେବା ନେଇ ପତା ଗର୍ବ ଅନୁଭବ କରିଛନ୍ତି । ସେ କହିଛନ୍ତି ନିଜର ପୁଅ ଦେଶ ପାଇଁ ନିଜକୁ ବାଜି ଲଗାଇଛି । ମୋର ୨ ଜଣ ନାତି ଅଛନ୍ତି । ଆମେ ଏମାନଙ୍କୁ ଦେଶ ସେବା ପାଇଁ ସେନାକୁ ପଠାଇବୁ ।
ସୂଚନାଯୋଗ୍ୟ, ସହିଦ ୨୦ ଜଣ ଯବାନଙ୍କ ମଧ୍ୟରୁ ବିହାର ନିବାସୀ ୫ ଜଣ ଥିଲେ । ହାବିଲଦାର ସୁନିଲ କୁମାର ପାଟଣା ନିବାସୀ ଥିଲେ । ସହିଦମାନଙ୍କ ମଧ୍ୟରେ ଭୋଜପୁରର ସିପାହୀ ଚନ୍ଦନ କୁମାର, ସାସାରାମରୁ କୁନ୍ଦନ କୁମାର, ସମସ୍ତିପୁରରୁ ସିପାହୀ ଅମନ କୁମାର ଓ ବୈଶାଳୀରୁ ସିପାହି ଜୟ କୁମାର ସିଂହ ସେନାର ଯବାନ ଥିଲେ ।