
ନୂଆଦିଲ୍ଲୀ– ଲଦ୍ଦାଖର ଗଲୱାନ ଘାଟିରେ ହିଂସକ ଲଢ଼େଇ ପରେ ଚୀନକୁ କଡ଼ା ବାର୍ତ୍ତା ଦେଇଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କହିଛନ୍ତି, ସହିଦ ହୋଇଥିବା ଭାରତୀୟ ସୈନିକଙ୍କ ବଳିଦାନ ବ୍ୟଥ୍ୟ ଯିବ ନାହିଁ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଶାନ୍ତି ଚାହୁଁଛି । କିନ୍ତୁ ଉସୁକାଇଲେ ଯଥାସମ୍ଭବ ଏହାର କଡ଼ା ଜବାବ ଦେବାକୁ ମଧ୍ୟ ସମର୍ଥ ରଖିଛି ।ଭାରତ ବୁଧବାର ଚୀନକୁ ଦେଇଥିବା ଆହ୍ୱାନରେ କହିଛି, ଗଲୱାନ ଘାଟିରେ ହୋଇଥିବା ଅପ୍ରତ୍ୟାଶିତ ଘଟଣା ଦ୍ୱିପାକ୍ଷୀକ ସଂପର୍କରେ ଗଭୀର ଆଘାତ ପହଞ୍ଚାଇଛି । ଏଥି ସହିତ ମୋଦୀ କହିଛନ୍ତି, ହିଂସା ପାଇଁ ଚୀନର ପୂର୍ବ ଯୋଜନା ଥିଲା । ଫଳରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ ।
ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ବି ମଧ୍ୟରେ ଟେଲିଫୋନରେ କଥାବର୍ତ୍ତା ହୋଇଛି । ଭାରତ ଚୀନର କାମକୁ ଘୋର ନିନ୍ଦା କରିଛି । ଚୀନ ସେନା ଦ୍ୱାରା ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହେବା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିଦିଆଯାଇଛି । ଭାରତୀୟ ବାୟୁସେନା ସୀମାରେ ପହରା ଦେଉଥିବା ଜଣାଯାଇଛି ।