-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୪୦୪ ଜଣ , କଟକ ଜିଲ୍ଲାରେ ୩୪୬ ଜଣ, ଯାଜପୁର ଜିଲ୍ଲାରେ ୩୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲୀରେ ୨୫୬ ପୁରୀ ଜିଲ୍ଲାରେ ୨୦୪, କେନ୍ଦ୍ରାପଡା ଜିଲ୍ଲାରେ ୧୯୩, ଭଦ୍ରକ ଜିଲ୍ଲାରେ ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ୧୭୪ , ଗଜପତି ଜିଲ୍ଲାରେ ୧୬୩, ବଲାଙ୍ଗୀର ଜିଲ୍ଲାରେ ୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୧୪୭ ଜଣ, ସୁନ୍ଦରଗଡ ଜିଲ୍ଲାରେ ୧୪୦ , ମୟୁରଭଂଜ ଜିିଲ୍ଲାରେ ୧୨୬ ଜଣ ଓ ନୟାଗଡ ଜିଲ୍ଲାରେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୮୦, ନୂଆପଡା ଜିଲ୍ଲାରେ ୭୯ , କଳାହାଣ୍ଡି ଜିଲ୍ଲାରେ ୬୪ ଢେଙ୍କାନାଳ ଜିଲ୍ଲାରେ ୫୨, ବରଗଡ ଜିଲ୍ଲାରେ ୫୦. ମାଲକାନଗିରି ଜିଲ୍ଲାରେ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୁଳ ଜିଲ୍ଲାରେ ୪୮ . ଦେବଗଡ ଜିଲ୍ଲାରେ ୪୦, ତଥା ବୌଦ୍ଧ ଜିଲ୍ଲାରେ ୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୨୪ ଓ କୋରାପୁଟ ଜିଲ୍ଲାରେ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୯ , ରାୟଗଡା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।