
ବ୍ରହ୍ମପୁର: ଦିଗପହଣ୍ଡି ଥାନା ଦଶିପୁର ଗ୍ରାମର ରାଜୁ ସାହୁ ନାମକ ଜଣେ ଚାଷୀ ବୁଧବାର ପୂର୍ବାହ୍ନରେ ତାଙ୍କ ଚାଷ ଜମିରେ କାମ କରୁଥିବା ବେଳେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାର ରାତିରେ ବର୍ଷା ପବନ ପ୍ରଭାବରେ ତାଙ୍କ ଚାଷ ଜମିରେ ଛିଣ୍ଡି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ସେ ଜୋର୍ରେ ପାର୍ଟି କରିଥିଲେ । ତାଙ୍କ ଶରୀରର ପିଠି ଓ ଅଣ୍ଟାର ଅର୍ଦ୍ଧାଧିକ ଭାଗ ଜଳିଯାଇଥିଲା । ତାଙ୍କ ପାଟିଶୁଣି ଆଖପାଖ ଜମିରେ କାମ କରୁଥିବା ଅନ୍ୟ କେତେକ ଚାଷୀ ଦୌଡି ଯାଇ ବିଦ୍ୟୁତ୍ ତାର ଠାରୁ କିଛିଦୂରରେ ପଡି ରହିଥିବା ରାଜୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାରକରି ପରିବରା ଲୋକଙ୍କୁ ଖବର କରିଥିଲେ । ପରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଦିଗପହଣ୍ଡି ଥାନା ଏସ୍ଆଇ ମାଧବ ଚନ୍ଦ୍ର ଟାକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ମୃତଦେହ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ୭/୨୦ ଅନୁଯାୟୀ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।