ଭୁବନେଶ୍ୱର – ରାଜ୍ୟରେ ଦେଖାଦେଇଥିବା ପିଆଜ ଦରବୃଦ୍ଧି କିପରି ରୋକି ହେବ ସେଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପିଆଜ ସମସ୍ୟା ସମ୍ପର୍କରେ ବିଭାଗୀୟ ସଚିବ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ । ରାଜ୍ୟରେ ଆବଶ୍ୟକ ପରିମାଣର ପିଆଜ ଯୋଗାଇଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ । ଆବଶ୍ୟକ ପଡିଲେ ପିଆଜ ମଧ୍ୟ ବାହାର ରାଜ୍ୟରୁ ଅଣାଯିବ । ପିଆଜର ମାନ ଦେଖି ଅଣାଯିବ । ଅଭାବର ଫାଇଦା ଉଠାଇବାକୁ ଉଦ୍ୟମ କରୁଥିବା କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଶେଷ କରି ଗତ ବର୍ଷ ଭଳି ପିଆଜ ଦରକୁ ନେଇ ଭୟଭିତ ନହେବା ପାଇଁ ମନ୍ତ୍ରୀ ଖାଉଟିଙ୍କୁ ପରାମର୍ଶ ଦେଇଛନ୍ତି ।
Related Stories
November 25, 2024