ବ୍ରହ୍ମପୁର : କରୋନାକୁ ନେଇ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨ହଜାର ୨୨୧ଜଣଙ୍କ ସ୍ୱାବ୍ ସଂଗ୍ରହ ହୋଇଛି । ଏଥିମଧ୍ୟରୁ ୧୦ହଜାର ୪୧୬ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ୬୯୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୬ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏଯାବତ ୬୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭୬ଜଣ ଚିକିତ୍ସାଧିନ ଅଛନ୍ତି । ଅପରପକ୍ଷରେ ଆହୁରି ୧୧୦୭ଜଣଙ୍କ ସ୍ୱାବ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି ।