ବ୍ରହ୍ମପୁର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ସ୍ଥାନୀୟ ଗିରିରୋଡ୍ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜିତ ଏହି ସ୍ମୃତିସଭାରେ ବିଶିଷ୍ଠ ଶିକ୍ଷକ ସଙ୍ଗଠନର ସମ୍ପାଦକ ଶ୍ୟାମସୁନ୍ଦର ଖାଡଙ୍ଗା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆବାହକ ଅବନୀ ଗୟା, ସମାଜସେବୀ ରବିନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ପାତ୍ର, ଉଜ୍ଜଳ ସେଠୀ, ଗୌରୀଶଙ୍କର ମହାନ୍ତି, ଭେଙ୍କଟ ରାମଣା ପ୍ରମୁଖ ଶାରୀରିକ ଦୂରତା ରକ୍ଷାକରି ଗୋପବନ୍ଧୁଙ୍କ ଗୁଣାବଳୀ ଆଲୋଚନା କରିଥିଲେ । ସମ୍ପ୍ରତି କରୋନା ସଂକ୍ରମଣ ପରିସ୍ଥିତିରେ ଗରୀବ ଶ୍ରମିକ ନିମ୍ନ ମଧ୍ୟବିତ ପରିବାରକୁ ସାହାଯ୍ୟ ସହଯୋଗ କରାଗଲେ ଗୋପବନ୍ଧୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଥିଲା ।