କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧ ୬ /୦୬/୨୦୨୦ ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ୧୯ ପାଇଁ ଜାରି ହୋଇଥିବା କଟକଣା ଏବଂ ଲାଗିଥିବା ୧୪୪ ଧାରାକୁ ଅବମାନନା କରିବାର ଦୃଶ୍ୟ ଦେଖିବାକୁ ମିଳିଛି |ଆଜି ଅପରାହ୍ନ ସମୟରେ ଭିକଟୋରିଆ ହୋଟେଲ ସାମ୍ନାସ୍ଥିତ ସମୁଦ୍ର କୂଳରେ ଦେଖିବାକୁ ମିଳିଛି| ଏହା ସହିତ ସାମାଜିକ ଦୂରତ୍ୱ ନରଖି ବିନା ମାସ୍କରେ ଥିବା ମସ୍ୟଜୀବି ଏବଂ କିଛି ସାଧାରଣ ଲୋକ ଏକତ୍ରିତ ହୋଇ ସମୁଦ୍ରରୁ ମସ୍ୟଜୀବିଙ୍କ ଦ୍ୱାରା ଧରାଯାଇ ଥିବା ମାଛକୁ କିଣୁ ଥିବା ଦେଖିବାକୁ ମିଳିଥିଲା |ମସ୍ୟଜୀବିଙ୍କ ଦ୍ୱାରା ମାଛ ବିକ୍ରି ହେଉଥିବା ସ୍ଥାନ ଠାରୁ ସମୁଦ୍ରକୂଳରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ପୋଷ୍ଟ ମାତ୍ର ଅଳ୍ପ ଦୂରତା ଥିବା ସତ୍ୱେ ସମୁଦ୍ରକୁଳରେ ଦାୟିତ୍ୱରେ ଥିବା ପୋଲିସ ଏକଦମ ନିରବ ସାଜିଥିବା ଦେଖିବାକୁ ମିଳିଛି |