କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧ ୬ /୦୬/୨୦୨୦ ଦାରୁବ୍ରହ୍ମଙ୍କ ପାଇଁ ମଙ୍ଗଳବାର ଶ୍ରୀମନ୍ଦିରରେ ପହଞ୍ଚିଛି ଦଶମୂଳ ମହୋଷଧି । ୧୦୮ ଗତୁ ଜଳରେ ସ୍ନାନପରେ ଜ୍ବରରେ ପୀଡିତ ଥିବା ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦଶମୀରେ ମହୋଷଧି ଦିଆଯିବ । ତାହାକୁ ଖାଇବା ପରେ ମହାପ୍ରଭୁ ସୁସ୍ଥହେବା ବିଶ୍ଵାସ ରହିଛି । ଏହାପରେ ପ୍ରଭୁ ଚକାବିଜେ କରିବେ । ଏକାଦଶୀ ତିଥିରେ ଖଳିଲାଗି କରାଯିବ । ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ମହୋଷଧି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ପରମ୍ପରା ଅନୁଯାୟୀ ପତିମହାପାତ୍ର ତାହାକୁ ସଂସ୍କାର କରିବା ପରେ ବୁଧବାର ଦଇତାପତିମାନେ ଶ୍ରୀଜୀଉଙ୍କୁ ଅର୍ପଣ କରିବେ । ମିଳିଥିବା ସୂଚନା
ଅନୁଯାୟୀ ଶାଳପଣ୍ଡି, ଗମ୍ଭାରୀ, ନବାଙ୍ଗକୋଳି, ମଣପଣା, କୃଷ୍ଣପଣ୍ଡି, ବେଲ, ଖଣିବଥୁ, ପଟଳି, ଖରାରେ ଶୁଖାଯିବା ପରେ ହେମଦସ୍ତାରେ ଖୁଆ, ଅଙ୍କୁରାତି, ଗୋଖରା ଛେଲି ଓ ଗୁଣ୍ଡ କରାଯାଇଛି । ପୁରୀ ଲବଣି ଖିଆ ଛକ ସ୍ଥିତ ଶ୍ରୀମନ୍ଦିରର ବୈଦ୍ୟରାଜ ମିଶ୍ର ପରିବାରର ସଦସ୍ୟ ଦୁର୍ଗା ନନ୍ଦନ ମିଶ୍ର, ନନ୍ଦ ନନ୍ଦନ ମିଶ୍ର,ରୁଦ୍ର ନନ୍ଦନ ମିଶ୍ର, ବିନାୟକ ମିଶ୍ରଙ୍କ ଦ୍ୱାରା ତାହାକୁ ରନ୍ଧାଯାଇ ଛୋଟ ଛୋଟ ଲଡୁ କରାଯାଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।