ଚେନ୍ନାଇ– ଭାରତ ଓ ଚୀନ ସୀମାରେ ସହିଦ ହାବିଲଦାର ପଝାନୀଙ୍କ ପରିବାରକୁ ତାମିଲନାଡୁ ସରକାର ୨୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛି । ତାମିଲନାଡୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ କାଡୁାକଲୁର ଗ୍ରାମ ନିବାସୀ ପଝାନୀ ସୀମାରେ ୩ ଜଣ ସହିଦ ଯବାନଙ୍କ ମଧ୍ୟରୁ ଥିଲେ ଜଣେ । ସେ ସହିଦ ହେବା ପରେ ତାଙ୍କର ୨ ଶିଶୁ ପିତୃହରା ହୋଇଛନ୍ତି । ସୂଚନାଯୋଗ୍ୟ ପଝାନୀ ଦୀର୍ଘ ୨୨ ବର୍ଷ ହେବ ଭାରତୀୟ ସେନାରେ ମୁତୟନ ଥିଲେ । ସୀମାରେ ପଝାନୀଙ୍କ ବ୍ୟତୀତ ୧୬ ବିହାରର କର୍ଣ୍ଣେଲ ସନ୍ତୋଷ ବାବୁ ଓ ସିପାହୀ ଓଝା ସହିଦ ହୋଇଥିଲେ । ଲଦାଖର ଗଲୱାନ ଘାଟିରେ ଚୀନ ସହିତ ଗୁଳି ବିନିମୟରେ ଏହି ୩ ଜଣ ଭାରତୀୟ ସେନା ସହିଦ ହୋଇଥିଲେ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇପାଡି କେ ପଲାନୀସ୍ୱାମୀ ଘୋଷଣା କରିଛନ୍ତି ଯେ, ପଝାନୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ଦିଆଯିବା ସହ ତାଙ୍କର ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ । ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ମଧ୍ୟ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ସହିତ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।