ଭୁୁବନେଶ୍ୱର। ଗଲବାନ ଭ୍ୟାଲୀରେ ବଳିଦାନ ଦେଇଥିବା ଭାରତୀୟ ଜବାନ ମାନଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେ ଟ୍ୱିଟ କରି କହିଛନ୍ତି ଯେ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ଭାରତୀୟ ସେନାର ବୀର ଜବାନ ମାନଙ୍କ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ସେମାନଙ୍କୁ ଦେଶ ଜଣାଉଥିବା ସମ୍ମାନରେ ସାମିଲ ହୁଅନ୍ତୁ ବୋଲି ସେ ଟ୍ୱିଟ କରି କହିଛନ୍ତି ।