ନୂଆଦିଲ୍ଲୀ-ଚୀନର ହିଂସାରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ମା’ଙ୍କୁ ନିଜର ପୁଅ ହରାଇଥିଲେ ବି ଗର୍ବ ଲାଗୁଛି । କିନ୍ତୁ ସେ ଦୁଃଖ ଅନୁଭବ କରୁଛନ୍ତି ଯେ, ତାଙ୍କର ଏକମାତ୍ର ପୁଅ ତାଙ୍କର ପାଖକୁ ଆଉ ଫେରିଆସିବେ ନାହିଁ । କର୍ଣ୍ଣେଲ ସହିଦ ହେବା ଖବର ମିଳିବା ପରେ ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ସୂର୍ଯ୍ୟପେଟା ସହରର ଶୋକର ଛାୟା ଖେଳି ଯାଇଥିଲା ।
ସହିଦ କର୍ଣ୍ଣେଲ ସନ୍ତୋଷଙ୍କ ମା’ କହିଛନ୍ତି, ମୋତେ ପୁଅକୁ ନେଇ ଗର୍ବ ଅନୁଭବ ହେଉଛି । ସେ ମାତୃଭୂମିର ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଛି । ସେ କହିଛନ୍ତି, ସେ ମୋର ଏକମାତ୍ର ପୁଅ ଥିଲା । ମୋତେ ଅପରାହ୍ନରେ ଖବର ମିଳିଥିଲା କିନ୍ତୁ ବୋହୂ ସକାଳୁ ଜାଣି ସାରିଥିଲା ।
କର୍ଣ୍ଣେଲ ସନ୍ତୋଷ ନିଜର ଅନ୍ୟ ୨ ଜଣ ସହକର୍ମୀ ଯବାନଙ୍କ ସହିତ ସହିଦ ହୋଇଛନ୍ତି । ଚୀନ ସେନା ସହିତ ସଂଘର୍ଷ ଜାରି ଥିବା ବେଳେ ସନ୍ତୋଷ ସହିଦ ହୋଇଥିଲେ । କର୍ଣ୍ଣେଲ ସନ୍ତୋଷ ୧୬ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ ଅଫିସର ଥିଲେ । ସେ ଦେଢ ବର୍ଷ ହେବ ସୀମାରେ ମୁତୟନ ଥିଲେ । ସେ ନିଜର ପତ୍ନୀ ସନ୍ତୋଷୀ, ଏକ ବର୍ଷର ପୁଅ ଅଭିନବ ଓ ୪ ବର୍ଷର ପୁଅ ଅନିରୁଦ୍ଧଙ୍କୁ ଛାଡ଼ି ଚାଲିଯାଇଛନ୍ତି ।