
ଭୁବନେଶ୍ୱର– ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ ଆଉ ନାହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ତାଙ୍କର ପୁଅ ମାନସ ଦତ ସୂଚନା ଦେଇଛନ୍ତି ।
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଯକୃତ ଜନିତ ସମସ୍ୟାରେ ମଧ୍ୟ ସେ ପୀଡିତ ଥିଲେ ।
ଉଲ୍ଲେଖନୀୟ ଯେ ସାଂଗଠନିକ କାମରେ ସେ ଅତ୍ୟନ୍ତ ନିପୁଣ ଥିଲେ । ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ବାଲେଶ୍ୱର ସଦରରୁ ବିଜେପି ଟିକେଟରେ ଜିତିଥିଲେ । ସେ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି ।