
-
ବିଭିନ୍ନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ବର୍ତମାନ ଏହି ସଂଖ୍ୟା ୪୩୩୮ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଗଂଜାମ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୬୯୯ ରେ ପହଂଚିଛି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୩୯୪ ଜଣ , କଟକ ଜିଲ୍ଲାରେ ୩୪୬ ଜଣ, ଯାଜପୁର ଜିଲ୍ଲାରେ ୩୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲେଶ୍ୱର ଜିଲ୍ଲୀରେ ୨୨୨, କେନ୍ଦ୍ରାପଡା ଜିଲ୍ଲାରେ ୧୮୬, ଭଦ୍ରକ ଜିଲ୍ଲାରେ ୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ପୁରୀ ଜିଲ୍ଲାରେ ୧୮୮, ଜଗତସିଂହପୁର ଜିଲ୍ଲାରେ ୧୭୪ , ଗଜପତି ଜିଲ୍ଲାରେ ୧୬୩, ବଲାଙ୍ଗୀର ଜିଲ୍ଲାରେ ୧୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ ଜିଲ୍ଲାରେ ୧୪୪ ଜଣ, ସୁନ୍ଦରଗଡ ଜିଲ୍ଲାରେ ୧୩୭ , ମୟୁରଭଂଜ ଜିିଲ୍ଲାରେ ୧୨୬ ଜଣ ଓ ନୟାଗଡ ଜିଲ୍ଲାରେ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ କେନ୍ଦୁଝର ଜିଲ୍ଲାରେ ୭୫, ନୂଆପଡା ଜିଲ୍ଲାରେ ୭୮ , କଳାହାଣ୍ଡି ଜିଲ୍ଲାରେ ୫୮ ଢେଙ୍କାନାଳ ଜିଲ୍ଲାରେ ୫୨, ମାଲକାନଗିରି ଜିଲ୍ଲାରେ ୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଅନୁଗୁଳ ଜିଲ୍ଲାରେ ୪୮ . ବରଗଡ ଜିଲ୍ଲାରେ ୪୬. ଦେବଗଡ ଜିଲ୍ଲାରେ ୪୦, ତଥା ବୌଦ୍ଧ ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ୨୪ ଓ କୋରାପୁଟ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ୧୯ , ରାୟଗଡା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।