-
ଗରୀବଙ୍କ ହକ ପାଇଁ ସାଲିସ ବିହୀନ ସଂଘର୍ଷ ଜାରୀ ରଖିଥିଲେ
ଭୁୁବନେଶ୍ୱର। ବାଲେଶ୍ୱରର ବିଜେପି ବିଧାୟକ ମଦନ ମୋହନ ଦତଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ବାଲେଶ୍ୱରର ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରଦ୍ଧେୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ବିନା ମେଘରେ ବଜ୍ରପାତ ଭଳି ଆମ ସମସ୍ତଙ୍କୁ ମର୍ମାହତ କରିଛି । ଗରିବ ଲୋକଙ୍କ ହକ ପାଇଁ ସେ ସର୍ବଦା ଅନ୍ଯାୟ , ଅନିତି ଏବଂ ଶୋଷଣ ବିରୁଦ୍ଧରେ ସାଲିସ୍ ବିହୀନ ସଂଘର୍ଷ ଜାରି ରଖିଥିଲେ ।
ଏଭଳି ଏକ ଘଡିସନ୍ଧି ମୁହୁର୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ , ବାନ୍ଧବ ଓ ଶୁଭେଚ୍ଛୁ ମାନଙ୍କୁ ଏହି ଦୁଃଖକୁ ସହନ ନିମନ୍ତେ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ମୁଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ସେ କହିଛନ୍ତି ।